Categories: ଖେଳ

ଚେନ୍ନାଇ ଟେଷ୍ଟରେ ରେକର୍ଡ କଲେ ବୁମ୍‌ରା, ଏଭଳି କରିବାରେ ସଚିନ, ଶ୍ରୀନାଥଙ୍କୁ ଟପିଲେ

ଚେନ୍ନାଇ,୫।୨: ଭାରତୀୟ ଦ୍ରୁତ ବୋଲର ଜସପ୍ରିତ ବୁମ୍‌ରା ଶୁକ୍ରବାର ନୂଆ ଉପଲବ୍ଧି ହାସଲ କରିଛନ୍ତି। ସେ ବିଦେଶରେ ୧୭ ଟେଷ୍ଟ ମ୍ୟାଚ୍‌ ଖେଳିବା ପରେ ଶୁକ୍ରବାର ସେ ଭାରତରେ ନିଜର ପ୍ରଥମ ଟେଷ୍ଟ ଖେଳିଛନ୍ତି।

୨୦୧୮ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଡେବ୍ୟୁ କରିଥିଲେ ବୁମ୍‌ରା। ଏହାପରେ ସେ ଇଂଲଣ୍ଡ, ଓ୍ବେଷ୍ଟଇଣ୍ଡିଜ୍‌, ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆରେ ମୋଟ ୧୭ ଟେଷ୍ଟ ଖେଳି ୭୯ ଉଇକେଟ ନେଇଛନ୍ତି।

ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ବୁମ୍‌ରାଙ୍କୁ ଭାରତ ଏକାଦଶରେ ସାମିଲ କରାଯାଇଥିଲା। ଏହା ଘରୋଇ ମଇଦାନରେ ତାଙ୍କର ପ୍ରଥମ ଟେଷ୍ଟ ଥିଲେ। କୌଣସି ଭାରତୀୟ ଖେଳାଳି ଭାବେ ଏପରି କରିବାକୁ ଦୀର୍ଘ ସମୟ ଅପେକ୍ଷା କରିଛନ୍ତି ବୁମ୍‌ରା। ତାଙ୍କ ପୂର୍ବରୁ ଜାଭାଗଲ ଶ୍ରୀନାଥଙ୍କ ନାମରେ ଏହି ରେକର୍ଡ ଥିଲା। ସେ ଭାରତରେ ପ୍ରଥମ ଟେଷ୍ଟ ଖେଳିବା ପୂର୍ବରୁ ବିଦେଶରେ ୧୨ ଟେଷ୍ଟ ଖେଳିଥିଲେ।

ଭାରତରେ ପ୍ରଥମ ଟେଷ୍ଟ ଖେଳିବା ପୂର୍ବରୁ ବିଦେଶରେ ସବୁଠାରୁ ଅଧିକ ଯେଷ୍ଟ ଖେଳିଥିବା ଭାରତୀୟ ଖେଳାଳି:
-୧୭-ଜସପ୍ରିତ ବୁମ୍‌ରା
-୧୨-ଜାଭାଗଲ ଶ୍ରୀନାଥ
-୧୧-ଆର୍‌ପି ସିିଂହ
-୧୦-ସଚିନ ତେନ୍ଦୁଲକର
-୧୦-ଆଶିଷ ନେହେରା

Share