ଜରାଜୀର୍ଣ୍ଣ ନବରଙ୍ଗପୁର ଆଦିବାସୀ ସଂଗ୍ରହାଳୟ

ନବରଙ୍ଗପୁର,୧୩।୮(ସଦାଶିବ ପ୍ରହରାଜ)ନବରଙ୍ଗପୁର ସହର ମଧ୍ୟଭାଗରେ ଥିବା ଆଦିବାସୀ ସଂଗ୍ରହଳାୟ ଏବେ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି। ଏହି କୋଠାର ପୁନରୁଦ୍ଧାରକୁ ଗୁରୁତ୍ୱ ନ ଦେଇ ଗତ ସାଧାରଣ ନିର୍ବାଚନ ପୂର୍ବରୁ ପାପଡାହାଣ୍ଡି ମୃଗବିହାରରେ ଏକ ଆଦିବାସୀ ସଂଗ୍ରହାଳୟ ନିର୍ମାଣ ପାଇଁ ୧୨ କୋଟି ଟଙ୍କା ଅନୁଦାନ ଦିଆଯାଇଥିଲା। ତାହା ବି ପାଚେରିରେ ସୀମିତ ହୋଇ ରହିଛି।
ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲାରେ ଆଦିବାସୀଙ୍କ ବିଲୁପ୍ତକଳା, ସଂସ୍କୃତି ଓ କଳାକୃତି, ଐତିହାସିକ ଅଂଶ ବିଶେଷକୁ ଉତ୍ତର ପିଢ଼ିଙ୍କ ଉଦ୍ଦେଶ୍ୟରେ ସଂରକ୍ଷଣ କରି ରଖିବା ପାଇଁ ସହରର ମଧ୍ୟଭାଗରେ ପୂର୍ବତନ ରାଜ୍ୟ ସଭା ସଦସ୍ୟ ଭଗବାନ ମାଝିଙ୍କ ଉନ୍ନୟନ ପାଣ୍ଠିରେ ଏକ ଜନଜାତି ସଂଗ୍ରହାଳୟ ଓ କଲ୍ୟାଣ ମଣ୍ଡପ ନିର୍ମାଣ କରାଯାଇଥିଲା। ଏହି କୋଠାକୁ ୨୦୦୩ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରି ଆଦିବାସୀ କୀର୍ତ୍ତିରାଜିର ସଂରକ୍ଷଣ ଉଦ୍ଦେଶ୍ୟରେ ଲୋକାର୍ପିତ କରିଥିଲେ। ଏହି କୋଠାକୁ ସଂସ୍କୃତି ବିଭାଗ ମାତ୍ର କେଇ ବର୍ଷ ଚଲାଇବା ପରେ ପୌର ପରିଷଦକୁ ହସ୍ତାନ୍ତର କରିଥିଲା। ଏହି କୋଠାରେ କିଛି ବର୍ଷ ଆଶୀର୍ବାଦ କଲ୍ୟାଣ ମଣ୍ଡପ ନାମରେ ଚଲାଯାଇଥିଲା। ପରେ ଉକ୍ତ କୋଠାରେ ଚାଲିଥିବା କଲ୍ୟାଣ ମଣ୍ଡପକୁ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ବ୍ୟବହାର କରାଗଲା। ପରବର୍ତ୍ତୀ ସମୟରେ ଏହି କୋଠାକୁ ବନ୍ଦ କରି ଲିଜ୍‌ ସୂତ୍ରରେ ଦିଆଗଲା। ୨୦୨୦ରେ ଏହି କୋଠାକୁ ରାସ୍ତା ଓ କୋଠାବାଡି ବିଭାଗ ପକ୍ଷରୁ ଅସୁରକ୍ଷିତ ଏବଂ ବ୍ୟବହାର ଅନୁପଯୋଗୀ ଘୋଷଣା କରାଯାଇଛି। ଅସୁରକ୍ଷିତ ଘୋଷଣା ପରେ ବି ଏହାକୁ ଲିଜ୍‌ ସୂତ୍ରରେ ଦିଆଯାଇଥିଲା। ପରେ ଲୋକଙ୍କ ଆପତ୍ତି ଅଭିଯୋଗ ପରେ ଏହି ଲିଜ୍‌ ବାତିଲ କରାଯାଇଛି। ଚଳିତ ବର୍ଷ ପୌରସଂସ୍ଥା ପକ୍ଷରୁ ବୁଲାଗୋରୁ ରଖିବା ପାଇଁ ଉକ୍ତ ସ୍ଥାନରେ ଅସ୍ଥାୟୀ କାଞ୍ଜିଆହୁଦା କରାଯାଇଛି। ଏହି କୋଠା ପୁନରୁଦ୍ଧାର ପ୍ରତି ଦୃଷ୍ଟି ନ ଦେଇ ସାଧାରଣ ନିର୍ବାଚନ ପୂର୍ବରୁ ୧୨ କୋଟି ଟଙ୍କା ବ୍ୟୟରେ ପାପଡାହାଣ୍ଡି ମୃଗବିହାର ନିକଟରେ ଏକ ଆଦିବାସୀ ସଂଗ୍ରହାଳୟ ନିର୍ମାଣ କରିବାକୁ ଭୂମିପୂଜନ କରାଯାଇଥିଲା। ଭୂମିପୂଜା ପରେ ପ୍ରାୟ ୨୫ଲକ୍ଷ ଟଙ୍କା ବ୍ୟୟରେ ସେହି ସ୍ଥାନରେ ଏକ ବିରାଟ ପାଚେରି ତିଆରି କାର୍ଯ୍ୟ ଅଧାରେ ଅଟକିଗଲା। ପରବର୍ତ୍ତୀ ସମୟରେ କୌଣସି କାରଣରୁ ଏହି ଟେଣ୍ଡର ବାତିଲ ହୋଇଯାଇଥିଲା। ତା ପରଠାରୁ ଶିଳାନ୍ୟାସରେ ସୀମିତ ହୋଇ ରହିଛି ଜନଜାତି ସଂଗ୍ରହାଳୟ। ସଂଗ୍ରହାଳୟ ନିର୍ମାଣ ପାଇଁ ରାଜ୍ୟରୁ ଏକ ନୂତନ ଡିଜାଇନ ନ ଆସିବା ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟକୁ ବନ୍ଦ କରାଗଲା। ଏବେ ଡିଜାଇନ ଆସିବା ପରେ ଉକ୍ତ ଡିଜାଇନକୁ ରାସ୍ତା ଓ କୋଠାବାଡି ବିଭାଗକୁ ପଠାଯିବ। ପୂର୍ତ୍ତ ବିଭାଗ ଉକ୍ତ ଡିଜାଇନ ଆଧାରରେ କରି ଯେଉଁ ବ୍ୟୟ ଅଟକଳ ପ୍ରସ୍ତାବ ଦେବ ସେହି ଅର୍ଥକୁ ଆଇଟିଡିଏ ବିଭାଗ ପକ୍ଷରୁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି। ଏ ନେଇ ଜିଲା ଜନଜାତି ସୁରକ୍ଷା ମଞ୍ଚ ଉପଦେଷ୍ଟା ଅର୍ଜୁନ ଭତ୍ରା କହିଛନ୍ତି ସହର ମଧ୍ୟରେ ଅସୁରକ୍ଷିତ ଭାବେ ପରିତ୍ୟକ୍ତ ଅବସ୍ଥାରେ ଥିବା ଆଦିବାସୀ ସଂଗ୍ରହାଳୟକୁ ପୁନଃ କାର୍ଯ୍ୟକ୍ଷମ କଲେ ଲୋପପାଇଆସୁଥିବା ଆଦିବାସୀ ସଂସ୍କୃତି ଓ କୀର୍ତ୍ତିରାଜିକୁ ଉତ୍ତରପିଢ଼ି ଜାଣିପାରିବେ ଓ କାମରେ ଲାଗିପାରିବ। ସହର ମଧ୍ୟରେ ପରିତ୍ୟକ୍ତ ଅବସ୍ଥାରେ ଥିବା ଆଦିବାସୀ ସଂଗ୍ରହାଳୟକୁ ପୁନଃ କାର୍ଯ୍ୟକ୍ଷମ କରିବା ନେଇ ଏକ ନୂତନ କୋଠା ନିର୍ମାଣ କରାଯିବ ବୋଲି ରାଜ୍ୟ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଉପଦେଷ୍ଟା ତଥା ପୂର୍ବତନ ଏମ୍‌ପି ପ୍ରଦୀପ ମାଝି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?