ଜରାଜୀର୍ଣ୍ଣ ନବରଙ୍ଗପୁର ଆଦିବାସୀ ସଂଗ୍ରହାଳୟ

ନବରଙ୍ଗପୁର,୧୩।୮(ସଦାଶିବ ପ୍ରହରାଜ)ନବରଙ୍ଗପୁର ସହର ମଧ୍ୟଭାଗରେ ଥିବା ଆଦିବାସୀ ସଂଗ୍ରହଳାୟ ଏବେ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି। ଏହି କୋଠାର ପୁନରୁଦ୍ଧାରକୁ ଗୁରୁତ୍ୱ ନ ଦେଇ ଗତ ସାଧାରଣ ନିର୍ବାଚନ ପୂର୍ବରୁ ପାପଡାହାଣ୍ଡି ମୃଗବିହାରରେ ଏକ ଆଦିବାସୀ ସଂଗ୍ରହାଳୟ ନିର୍ମାଣ ପାଇଁ ୧୨ କୋଟି ଟଙ୍କା ଅନୁଦାନ ଦିଆଯାଇଥିଲା। ତାହା ବି ପାଚେରିରେ ସୀମିତ ହୋଇ ରହିଛି।
ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲାରେ ଆଦିବାସୀଙ୍କ ବିଲୁପ୍ତକଳା, ସଂସ୍କୃତି ଓ କଳାକୃତି, ଐତିହାସିକ ଅଂଶ ବିଶେଷକୁ ଉତ୍ତର ପିଢ଼ିଙ୍କ ଉଦ୍ଦେଶ୍ୟରେ ସଂରକ୍ଷଣ କରି ରଖିବା ପାଇଁ ସହରର ମଧ୍ୟଭାଗରେ ପୂର୍ବତନ ରାଜ୍ୟ ସଭା ସଦସ୍ୟ ଭଗବାନ ମାଝିଙ୍କ ଉନ୍ନୟନ ପାଣ୍ଠିରେ ଏକ ଜନଜାତି ସଂଗ୍ରହାଳୟ ଓ କଲ୍ୟାଣ ମଣ୍ଡପ ନିର୍ମାଣ କରାଯାଇଥିଲା। ଏହି କୋଠାକୁ ୨୦୦୩ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରି ଆଦିବାସୀ କୀର୍ତ୍ତିରାଜିର ସଂରକ୍ଷଣ ଉଦ୍ଦେଶ୍ୟରେ ଲୋକାର୍ପିତ କରିଥିଲେ। ଏହି କୋଠାକୁ ସଂସ୍କୃତି ବିଭାଗ ମାତ୍ର କେଇ ବର୍ଷ ଚଲାଇବା ପରେ ପୌର ପରିଷଦକୁ ହସ୍ତାନ୍ତର କରିଥିଲା। ଏହି କୋଠାରେ କିଛି ବର୍ଷ ଆଶୀର୍ବାଦ କଲ୍ୟାଣ ମଣ୍ଡପ ନାମରେ ଚଲାଯାଇଥିଲା। ପରେ ଉକ୍ତ କୋଠାରେ ଚାଲିଥିବା କଲ୍ୟାଣ ମଣ୍ଡପକୁ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ବ୍ୟବହାର କରାଗଲା। ପରବର୍ତ୍ତୀ ସମୟରେ ଏହି କୋଠାକୁ ବନ୍ଦ କରି ଲିଜ୍‌ ସୂତ୍ରରେ ଦିଆଗଲା। ୨୦୨୦ରେ ଏହି କୋଠାକୁ ରାସ୍ତା ଓ କୋଠାବାଡି ବିଭାଗ ପକ୍ଷରୁ ଅସୁରକ୍ଷିତ ଏବଂ ବ୍ୟବହାର ଅନୁପଯୋଗୀ ଘୋଷଣା କରାଯାଇଛି। ଅସୁରକ୍ଷିତ ଘୋଷଣା ପରେ ବି ଏହାକୁ ଲିଜ୍‌ ସୂତ୍ରରେ ଦିଆଯାଇଥିଲା। ପରେ ଲୋକଙ୍କ ଆପତ୍ତି ଅଭିଯୋଗ ପରେ ଏହି ଲିଜ୍‌ ବାତିଲ କରାଯାଇଛି। ଚଳିତ ବର୍ଷ ପୌରସଂସ୍ଥା ପକ୍ଷରୁ ବୁଲାଗୋରୁ ରଖିବା ପାଇଁ ଉକ୍ତ ସ୍ଥାନରେ ଅସ୍ଥାୟୀ କାଞ୍ଜିଆହୁଦା କରାଯାଇଛି। ଏହି କୋଠା ପୁନରୁଦ୍ଧାର ପ୍ରତି ଦୃଷ୍ଟି ନ ଦେଇ ସାଧାରଣ ନିର୍ବାଚନ ପୂର୍ବରୁ ୧୨ କୋଟି ଟଙ୍କା ବ୍ୟୟରେ ପାପଡାହାଣ୍ଡି ମୃଗବିହାର ନିକଟରେ ଏକ ଆଦିବାସୀ ସଂଗ୍ରହାଳୟ ନିର୍ମାଣ କରିବାକୁ ଭୂମିପୂଜନ କରାଯାଇଥିଲା। ଭୂମିପୂଜା ପରେ ପ୍ରାୟ ୨୫ଲକ୍ଷ ଟଙ୍କା ବ୍ୟୟରେ ସେହି ସ୍ଥାନରେ ଏକ ବିରାଟ ପାଚେରି ତିଆରି କାର୍ଯ୍ୟ ଅଧାରେ ଅଟକିଗଲା। ପରବର୍ତ୍ତୀ ସମୟରେ କୌଣସି କାରଣରୁ ଏହି ଟେଣ୍ଡର ବାତିଲ ହୋଇଯାଇଥିଲା। ତା ପରଠାରୁ ଶିଳାନ୍ୟାସରେ ସୀମିତ ହୋଇ ରହିଛି ଜନଜାତି ସଂଗ୍ରହାଳୟ। ସଂଗ୍ରହାଳୟ ନିର୍ମାଣ ପାଇଁ ରାଜ୍ୟରୁ ଏକ ନୂତନ ଡିଜାଇନ ନ ଆସିବା ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟକୁ ବନ୍ଦ କରାଗଲା। ଏବେ ଡିଜାଇନ ଆସିବା ପରେ ଉକ୍ତ ଡିଜାଇନକୁ ରାସ୍ତା ଓ କୋଠାବାଡି ବିଭାଗକୁ ପଠାଯିବ। ପୂର୍ତ୍ତ ବିଭାଗ ଉକ୍ତ ଡିଜାଇନ ଆଧାରରେ କରି ଯେଉଁ ବ୍ୟୟ ଅଟକଳ ପ୍ରସ୍ତାବ ଦେବ ସେହି ଅର୍ଥକୁ ଆଇଟିଡିଏ ବିଭାଗ ପକ୍ଷରୁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି। ଏ ନେଇ ଜିଲା ଜନଜାତି ସୁରକ୍ଷା ମଞ୍ଚ ଉପଦେଷ୍ଟା ଅର୍ଜୁନ ଭତ୍ରା କହିଛନ୍ତି ସହର ମଧ୍ୟରେ ଅସୁରକ୍ଷିତ ଭାବେ ପରିତ୍ୟକ୍ତ ଅବସ୍ଥାରେ ଥିବା ଆଦିବାସୀ ସଂଗ୍ରହାଳୟକୁ ପୁନଃ କାର୍ଯ୍ୟକ୍ଷମ କଲେ ଲୋପପାଇଆସୁଥିବା ଆଦିବାସୀ ସଂସ୍କୃତି ଓ କୀର୍ତ୍ତିରାଜିକୁ ଉତ୍ତରପିଢ଼ି ଜାଣିପାରିବେ ଓ କାମରେ ଲାଗିପାରିବ। ସହର ମଧ୍ୟରେ ପରିତ୍ୟକ୍ତ ଅବସ୍ଥାରେ ଥିବା ଆଦିବାସୀ ସଂଗ୍ରହାଳୟକୁ ପୁନଃ କାର୍ଯ୍ୟକ୍ଷମ କରିବା ନେଇ ଏକ ନୂତନ କୋଠା ନିର୍ମାଣ କରାଯିବ ବୋଲି ରାଜ୍ୟ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଉପଦେଷ୍ଟା ତଥା ପୂର୍ବତନ ଏମ୍‌ପି ପ୍ରଦୀପ ମାଝି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନପତ୍ର ଦାଖଲ କଲେ ନନ୍ଦନ ମହାନନ୍ଦ

ବରଗଡ଼,୩ା୫(ପ୍ରେମାନନ୍ଦ ଖମାରୀ):  ବରଗଡ଼ ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ସ୍ବାଧୀନ ପ୍ରାର୍ଥୀ ନନ୍ଦନ ମହାନନ୍ଦ ଶୁକ୍ରବାର ନାମାଙ୍କନ ଦାଖଲ କରିଛନ୍ତି। ଏହି ଅବସରରେ...

ନାମାଙ୍କନପତ୍ର ଦାଖଲ କଲେ ମାଧବ

କେନ୍ଦୁଝର,୩ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ମାଧବ ସର୍ଦ୍ଦାର ଶୁକ୍ରବାର ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ଏକ ବିଶାଳ ରାଲିରେ...

ବିଧାୟକ ପ୍ରାର୍ଥୀ ଅଖିଳ ନାଏକଙ୍କ ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ପୂଜାର୍ଚ୍ଚନା

ପାଟଣା,୩ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀ ଭାଜପା ବିଧାୟକ ପ୍ରାର୍ଥୀ ଅଖିଳ ଚନ୍ଦ୍ର ନାୟକ ଶୁକ୍ରବାର ତାଙ୍କର ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ଟାଙ୍ଗରବନ୍ତଳା...

ନାମାଙ୍କନପତ୍ର ଦାଖଲ କଲେ ଭର୍ତ୍ତୃହରି

କଟକ,୩ା୫: କଟକ ଭାଜପାର ଲୋକ ସଭା ପ୍ରାର୍ଥୀ ଭର୍ତ୍ତୃହରି ମହତାବ ଶୁକ୍ରବାର ତାଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି। ହଜାର ହଜାର ସମର୍ଥକଙ୍କ ସହ ଏକ ବିରାଟ...

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବରିଷ୍ଠ କିରାଣି

କେନ୍ଦ୍ରାପଡା,୩।୫ (ଜଗନ୍ନାଥ ଧଳ): ଭିଜିଲାନ୍ସ ଜାଲରେ ଚକବନ୍ଦୀ ଅଫିସର ବରିଷ୍ଠ କିରାଣି। ବରିଷ୍ଠ କିରାଣି ଜିତେନ୍ଦ୍ର ସେନାପତି ୧୦ ହଜାର ଲାଞ୍ଚ ନେଇ ଗିରଫ ହୋଇଛନ୍ତି।...

ସୋହେଲାରୁ ମିଳିଲା ପୁଳାପୁଳା ଟଙ୍କା: ଚାଲିଛି ତନାଘନା, ଜଣେ ଅଟକ

ସୋହେଲା,୩ା୫(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଲୁହୁରାଚଟି ଛକରେ ଯାଞ୍ଚବେଳେ ପୋଲିସ ଏକ ଟାଟା ସୁମୋ ଗାଡ଼ି(ନମ୍ବର- ସିଜି୦୪ଏଚପି ୭୯୫୯)ରୁ ସାଢ଼େ ୭ଲକ୍ଷ ଟଙ୍କା...

ପ୍ରାର୍ଥୀ ବଦଳ ପରମ୍ପରା ବଜାୟ ରହିଲା

ଯାଜପୁର/ରସୁଲପୁର(ହର୍ଷବର୍ଦ୍ଧନ ବେହେରା/ରଞ୍ଜିତ ରାଉତ),୩ା୫:ଯାଜପୁର ଜିଲା କୋରେଇ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ବଦଳ ପରମ୍ପରାକୁ ବଜାୟ ରଖିଛନ୍ତି। ଏହାବାଦ ଗୁରୁବାର ଏହି ଆସନ...

ମତଦାନ ପୂର୍ବରୁ ବଢୁଛି ନାମାଙ୍କନ ତାତି

ବରଗଡ଼,୩।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପାଇଁ ଆସନ୍ତା ୨୦ତାରିଖ ମତଦାନ ଗ୍ରହଣ ହେବ। ବର୍ତ୍ତମାନ ନିର୍ବାଚନ ମଇଦାନକୁ ଓହ୍ଲାଉଥିବା ପ୍ରାର୍ଥିଙ୍କ ନାମାଙ୍କନ ଦାଖଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri