ହାତ ଗଢା ମାଟି ପାତ୍ରରେ ଜାପାନୀ ଛିଟା

ଭୁବନେଶ୍ୱର, ୧୧।୪ (ବ୍ୟୁରୋ)ରାକୁ ଚା’ ପାତ୍ରକୁ ଜଣେ ସୁପ୍ରସିଦ୍ଧ ଜାପାନୀ କଳାକାର ‘ତନକା ଚୋଜିରୋ’ ଷୋଡଶ ଶତାବ୍ଦୀରେ ଆରମ୍ଭ କରିଥିଲେ।
ଚୋଜିରୋ ସେ ସମୟର ରାଜା ଶୋଗୁନ୍‌ ତୋୟୋତୋମୀ ହିଦେୟୋଶିଂକର ରାଜପ୍ରସାଦ ଛାତ ପାଇଁ ଏକ ସ୍ବତନ୍ତ୍ର ଖପର ପ୍ରସ୍ତୁତ କରିଥିଲେ। ଏଥିରେ ରାଜା ଅତ୍ୟନ୍ତ ପ୍ରସନ୍ନ ହୋଇ ଚୋଜିରୋଙ୍କୁ ଏକ ମୋହର ଦେଇ ସମ୍ମାନିତ କରିଥିଲେ।
ଉକ୍ତ ମୋହରରେ ଏକ ଶବ୍ଦ ଖୋଦିତ ହୋଇଥିଲା ଯାହା ‘ରାକୁ’ ଅଟେ। ରାକୁର ଅର୍ଥ ଜାପାନୀ ଭାଷାରେ ଖୁସି ବା ଆନନ୍ଦ। ଏହା ପରଠାରୁ ‘ରାକୁ’ ଚୋଜିରୋଙ୍କ ବଂଶ ପାଇଁ ଏକ ଆଖ୍ୟା ରୂପେ ପାରିବାରିକ ନାମ ସହ ଯୋଡି ହୋଇଯାଇଥିଲା। ପରେ ସେହି ପ୍ରଣାଳୀରେ ଚୋଜିରୋ ଏକ ଚା’ ପାତ୍ର ତିଆରି କରିଥିଲେ। ଏହି ଚା’ ପାତ୍ର ଉକ୍ତ ନାମାନୁସାରେ ‘ରାକୁ’ ସେରାମିକ୍‌ ଭାବେ ବେଶ୍‌ ପ୍ରସିଦ୍ଧି ଲାଭ କରିଛି। ପରମ୍ପରାଗତ ଚକ ନିର୍ମିତ ପଦ୍ଧତି ପରିବର୍ତ୍ତେ ପାତ୍ରଗୁଡ଼ିକୁ ଶିଳ୍ପୀମାନେ ହାତରେ ତିଆରି କରି ବିଭିନ୍ନ ଆକୃତି ଦେଇଥାନ୍ତି। ପରେ ଏହି ମାଟି ପ୍ରସ୍ତୁତ ପାତ୍ରକୁ କମ୍‌ ତାପମାତ୍ରାରେ ଫାୟାରିଂ କରି ସୀସା ଗ୍ଲେଜ୍‌ ଦ୍ୱାରା ଏକ ପ୍ରଲେପର ଆବରଣ ଦିଆଯାଏ । ଏଗୁଡ଼ିକ ଶୁଖିଲା ପରେ ସ୍ବତନ୍ତ୍ର ଚୁଲିରେ ନିର୍ଦ୍ଦିଷ୍ଟ ତାପମାତ୍ରାରେ ପୋଡାଯାଏ। ପାରମ୍ପରିକ ଜାପାନୀ ପ୍ରକ୍ରିୟାରେ ରାକୁ ଖଣ୍ଡକୁ ଗରମ ଚୁଲିରୁ ବାହାର କରାଯାଇ ଖୋଲା ଆକାଶରେ ଥଣ୍ଡା କରିବାକୁ ରଖି ଦିଆଯାଏ। ଏହାଦ୍ବାରା ଅଳ୍ପ ସମୟ ମଧ୍ୟରେ ପୋଡ଼ିବା ପ୍ରକ୍ରିୟା ସମାପନ ସହ ଚମତ୍କାର ଚିକିମିକି ପୃଷ୍ଠଭୂମି ବିଶିଷ୍ଟ ଆକୃତି ପ୍ରସ୍ତୁତ ହୁଏ। ଏହିଭଳି ଏକ ସ୍ବତନ୍ତ୍ର କଳାକୁ ନେଇ ଆର୍ଥ ଆର୍ଟ ଫାଉଣ୍ଡେଶନ ପକ୍ଷରୁ ଆୟୋଜିତ ‘ରାକୁ ସେରାମିକ୍‌ ଫାୟାରିଂ ଶିବିର’ ରବିବାର ଉଦ୍‌ଯାପିତ ହୋଇଯାଇଛି। ଭକ୍ତ ମଧୁନଗର, ଗଣ୍ଡମୁଣ୍ଡା ପରିସରରେ ୭ଦିନ ଧରି ଅନୁଷ୍ଠିତ ଏହି ଶିବିରକୁ ଫାଉଣ୍ଡେଶନର ପ୍ରତିଷ୍ଠାତା ସରୋଜ କୁମାର ରାଉତ ଆୟୋଜନ କରିବା ସହ ପ୍ରଶିକ୍ଷଣ ଦେଇଥିଲେ। ଉଦ୍‌ଯାପନୀ ଉତ୍ସବରେ ଆସାମର ମୁଦ୍ରଣ ଶିଳ୍ପୀ ଖିଲ୍‌ ବାହାଦୁର ଛେତ୍ରି, ଧଉଳି ଚାରୁ କାରୁ କଳା ମହାବିଦ୍ୟାଳୟର ଅଧ୍ୟାପକ ଚନ୍ଦନ କୁମାର ସାମଲ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱର ଗଣବଳାତ୍କାର ପରେ ମହିଳା କମିଶନ ସଦସ୍ୟଙ୍କ ଅଜବ ଯୁକ୍ତି, ଝିଅମାନେ ରାତି ୮ଟା ପରେ…

ଭୂବନେଶ୍ୱର,୧୬।୧୨: ଧଉଳୀ ସ୍ଥିତ ଦୟାନଦୀ ପଠାରେ ଜଣେ ନାବାଳିକା ଗଣବଳାତ୍କାରର ଶିକାର ହେବା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି। ଏହି ଘଟଣାର...

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri