ହାତ ଗଢା ମାଟି ପାତ୍ରରେ ଜାପାନୀ ଛିଟା

ଭୁବନେଶ୍ୱର, ୧୧।୪ (ବ୍ୟୁରୋ)ରାକୁ ଚା’ ପାତ୍ରକୁ ଜଣେ ସୁପ୍ରସିଦ୍ଧ ଜାପାନୀ କଳାକାର ‘ତନକା ଚୋଜିରୋ’ ଷୋଡଶ ଶତାବ୍ଦୀରେ ଆରମ୍ଭ କରିଥିଲେ।
ଚୋଜିରୋ ସେ ସମୟର ରାଜା ଶୋଗୁନ୍‌ ତୋୟୋତୋମୀ ହିଦେୟୋଶିଂକର ରାଜପ୍ରସାଦ ଛାତ ପାଇଁ ଏକ ସ୍ବତନ୍ତ୍ର ଖପର ପ୍ରସ୍ତୁତ କରିଥିଲେ। ଏଥିରେ ରାଜା ଅତ୍ୟନ୍ତ ପ୍ରସନ୍ନ ହୋଇ ଚୋଜିରୋଙ୍କୁ ଏକ ମୋହର ଦେଇ ସମ୍ମାନିତ କରିଥିଲେ।
ଉକ୍ତ ମୋହରରେ ଏକ ଶବ୍ଦ ଖୋଦିତ ହୋଇଥିଲା ଯାହା ‘ରାକୁ’ ଅଟେ। ରାକୁର ଅର୍ଥ ଜାପାନୀ ଭାଷାରେ ଖୁସି ବା ଆନନ୍ଦ। ଏହା ପରଠାରୁ ‘ରାକୁ’ ଚୋଜିରୋଙ୍କ ବଂଶ ପାଇଁ ଏକ ଆଖ୍ୟା ରୂପେ ପାରିବାରିକ ନାମ ସହ ଯୋଡି ହୋଇଯାଇଥିଲା। ପରେ ସେହି ପ୍ରଣାଳୀରେ ଚୋଜିରୋ ଏକ ଚା’ ପାତ୍ର ତିଆରି କରିଥିଲେ। ଏହି ଚା’ ପାତ୍ର ଉକ୍ତ ନାମାନୁସାରେ ‘ରାକୁ’ ସେରାମିକ୍‌ ଭାବେ ବେଶ୍‌ ପ୍ରସିଦ୍ଧି ଲାଭ କରିଛି। ପରମ୍ପରାଗତ ଚକ ନିର୍ମିତ ପଦ୍ଧତି ପରିବର୍ତ୍ତେ ପାତ୍ରଗୁଡ଼ିକୁ ଶିଳ୍ପୀମାନେ ହାତରେ ତିଆରି କରି ବିଭିନ୍ନ ଆକୃତି ଦେଇଥାନ୍ତି। ପରେ ଏହି ମାଟି ପ୍ରସ୍ତୁତ ପାତ୍ରକୁ କମ୍‌ ତାପମାତ୍ରାରେ ଫାୟାରିଂ କରି ସୀସା ଗ୍ଲେଜ୍‌ ଦ୍ୱାରା ଏକ ପ୍ରଲେପର ଆବରଣ ଦିଆଯାଏ । ଏଗୁଡ଼ିକ ଶୁଖିଲା ପରେ ସ୍ବତନ୍ତ୍ର ଚୁଲିରେ ନିର୍ଦ୍ଦିଷ୍ଟ ତାପମାତ୍ରାରେ ପୋଡାଯାଏ। ପାରମ୍ପରିକ ଜାପାନୀ ପ୍ରକ୍ରିୟାରେ ରାକୁ ଖଣ୍ଡକୁ ଗରମ ଚୁଲିରୁ ବାହାର କରାଯାଇ ଖୋଲା ଆକାଶରେ ଥଣ୍ଡା କରିବାକୁ ରଖି ଦିଆଯାଏ। ଏହାଦ୍ବାରା ଅଳ୍ପ ସମୟ ମଧ୍ୟରେ ପୋଡ଼ିବା ପ୍ରକ୍ରିୟା ସମାପନ ସହ ଚମତ୍କାର ଚିକିମିକି ପୃଷ୍ଠଭୂମି ବିଶିଷ୍ଟ ଆକୃତି ପ୍ରସ୍ତୁତ ହୁଏ। ଏହିଭଳି ଏକ ସ୍ବତନ୍ତ୍ର କଳାକୁ ନେଇ ଆର୍ଥ ଆର୍ଟ ଫାଉଣ୍ଡେଶନ ପକ୍ଷରୁ ଆୟୋଜିତ ‘ରାକୁ ସେରାମିକ୍‌ ଫାୟାରିଂ ଶିବିର’ ରବିବାର ଉଦ୍‌ଯାପିତ ହୋଇଯାଇଛି। ଭକ୍ତ ମଧୁନଗର, ଗଣ୍ଡମୁଣ୍ଡା ପରିସରରେ ୭ଦିନ ଧରି ଅନୁଷ୍ଠିତ ଏହି ଶିବିରକୁ ଫାଉଣ୍ଡେଶନର ପ୍ରତିଷ୍ଠାତା ସରୋଜ କୁମାର ରାଉତ ଆୟୋଜନ କରିବା ସହ ପ୍ରଶିକ୍ଷଣ ଦେଇଥିଲେ। ଉଦ୍‌ଯାପନୀ ଉତ୍ସବରେ ଆସାମର ମୁଦ୍ରଣ ଶିଳ୍ପୀ ଖିଲ୍‌ ବାହାଦୁର ଛେତ୍ରି, ଧଉଳି ଚାରୁ କାରୁ କଳା ମହାବିଦ୍ୟାଳୟର ଅଧ୍ୟାପକ ଚନ୍ଦନ କୁମାର ସାମଲ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri