ପ୍ରାଣୀ ପ୍ରେମରେ ଜାପାନବାସୀ

ଟୋକିଓ: ଜାପାନର ଯୁବପିଢ଼ିଙ୍କ ମଧ୍ୟରେ ବିବାହ ପ୍ରତି ବିତୃଷ୍ଣା ମନୋଭାବ ଦେଖିବାକୁ ମିଳିଛି। ଏହାର ପ୍ରଭାବ ପଡ଼ିଛି ଜନ୍ମହାର ଉପରେ। ଅବିବାହିତ ଯୁବତୀଯୁବକ ଏବଂ ନିଃସନ୍ତାନ ଦମ୍ପତି ନିଜର ମାନସିକ ଅବଷାଦ ମେଣ୍ଟାଇବାକୁ ଗୃହପାଳିତ ପ୍ରାଣୀଙ୍କ ପ୍ରତି ଅଧିକ ସଉକ ଦେଖାଉଛନ୍ତି। ଜାପାନରେ ବିଲେଇ, କୁକୁର ଭଳି ପୋଷାଜୀବଙ୍କ ସଂଖ୍ୟା ଆଶାତୀତ ଭାବେ ବଢ଼ିବାରେ ଲାଗିଛି। ଫଳରେ ଶିଶୁଙ୍କ ଅପେକ୍ଷା ଏବେ ଏଭଳି ପାଳିତ ପ୍ରାଣୀଙ୍କ ପଞ୍ଜୀକରଣ ଲାଗି ଦୈନିକ ଲାଗୁଛି ଲମ୍ବା ଲାଇନ।
ବିଶ୍ୱ ଅର୍ଥବ୍ୟବସ୍ଥା ଉପରେ ନଜର ରଖୁଥିବା ‘ଗୋଲ୍ଡମ୍ୟାନ୍‌ ସଚ୍‌’ ଜାପାନରେ ଭିନ୍ନ ଟ୍ରେଣ୍ଡ୍‌ ଠଉରାଇଛି। ଜାପାନର ଅର୍ଥବ୍ୟବସ୍ଥା ପ୍ରଭାବିତ ହେବା ପଛରେ ଜନ୍ମହାର ହ୍ରାସକୁ ପ୍ରମୁଖ କାରଣ ଭାବେ ବିଚାରକୁ ନେଇ ସଂସ୍ଥା ସର୍ଭେ କରିଥିଲା। ଏଥିରୁ ଅପ୍ରତ୍ୟାଶିତ ଜୀବନଶୈଳୀ ସାମ୍ନାକୁ ଆସିଛି। ଏଠାକାର ଦେଶବାସୀ ଛୁଆ ଅପେକ୍ଷା ପ୍ରାଣୀ ପାଳନ ପ୍ରତି ବେଶି ଆଗ୍ରହୀ ବୋଲି ଜଣାପଡ଼ିଛି। ଜାପାନରେ ପ୍ରାଣୀପାଳନ ଲାଗି ସ୍ବତନ୍ତ୍ର ଗାଇଡ୍‌ ଲାଇନ୍‌ ରହିଛି। ଏଥିଲାଗି ରେଜିଷ୍ଟ୍ରେଶନ ବାଧ୍ୟତାମୂଳକ। କେବଳ ଏତିକି ନୁହେଁ, ବିଦେଶଯାତ୍ରାରେ ସାଙ୍ଗରେ କୌଣସି ପ୍ରାଣୀକୁ ନେଉଥିଲେ ସ୍ବତନ୍ତ୍ର ଅନୁମତି ଅପରିହାର୍ଯ୍ୟ। ସେମାନଙ୍କର ଭିନ୍ନ ପରିଚୟ ପତ୍ର ଥାଏ। ଏସବୁ ପ୍ରକ୍ରିୟାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିଲେ ବି ଜାପାନବାସୀ ଏହି ମୂଲ୍ୟ ଦେବାକୁ ପ୍ରସ୍ତୁତ। ଶିଶୁକୁ ପାଳିପୋଷି ମଣିଷ କରିବାର ଦାୟିତ୍ୱ ମୁଣ୍ଡାଇବାକୁ ଚାହଁୁ ନ ଥିବା ବ୍ୟକ୍ତି କୁକୁର କିମ୍ବା ବିଲେଇଟିଏ ପାଳିବାକୁ ଅଗ୍ରାଧିକାର ଦେଉଛନ୍ତି। ସ୍ଥଳବିଶେଷରେ କହିଲେ ଏବେ ଜାପାନରେ ଶିଶୁଙ୍କ ସ୍ଥାନ ପୋଷାପ୍ରାଣୀ ନେଇ ସାରିଛନ୍ତି ବୋଲି ‘ଗୋଲ୍ଡମ୍ୟାନ୍‌ ସାଚ୍‌’ ପକ୍ଷରୁ କୁହାଯାଇଛି।

୨୦୧୪ରେ ଜାପାନରେ ୧୫ ବର୍ଷ ବୟସର ୧୬.୫ ମିଲିୟନ ଶିଶୁ ରହିଥିବାବେଳେ ବିଲେଇ, କୁକୁର ଭଳି ପୋଷାପ୍ରାଣୀଙ୍କ ସଂଖ୍ୟା ଥିଲା ୨୧.୩ ମିଲିୟନ। ସେହିପରି ଗୋଟିଏ ସନ୍ତାନ ନୀତି ପ୍ରତି ଆଗ୍ରହ ବଢ଼ିବାରେ ଲାଗିଛି, ଯାହା ପୂର୍ବରୁ ନ ଥିଲା। ଏହା ପଛର ପ୍ରମୁଖ କାରଣ ବୃତ୍ତିକ୍ଷେତ୍ରକୁ ନେଇ ନିଶା। ଜାପାନିଜମାନେ ନିଜ ବୃତ୍ତିଗତ ଜୀବନକୁ ନେଇ ବେଶ୍‌ ସତର୍କ। ଦେଶପ୍ରେମୀ ଭାବନା ଏବଂ ବିଶ୍ୱ ମାନଚିତ୍ରରେ ଦେଶକୁ ସ୍ବତନ୍ତ୍ର ସ୍ଥାନ ଦେବାକୁ ସେମାନେ ସର୍ବଦା ଚେଷ୍ଟିତ। ତେଣୁ ଦେଶର କର୍ମଜୀବୀମାନେ ଛୁଟି ମଧ୍ୟ ନିଅନ୍ତି ନାହିଁ। ଅପରପକ୍ଷେ କର୍ମ କ୍ଷେତ୍ରରେ ମାନସିକ ଚାପ ହ୍ରାସ ଲାଗି ଏବେ ଅନେକଗୁଡ଼ିଏ କମ୍ପାନୀ ବାର୍ଷିକ ୧୪ଦିନ ଛୁଟି ନେବା ବାଧ୍ୟତାମୂଳକ କରିଛନ୍ତି।

ଅପରପକ୍ଷେ ଏଠାରେ ମହିଳା ଏବଂ ପୁରୁଷ ଉଭୟେ କର୍ମପ୍ରବଣ। ଏପରି ସ୍ଥଳେ ଶିଶୁ ଜନ୍ମ କରିବା, ଠିକ୍‌ ଭାବେ ଦେଖାରଖା କରିବାକୁ ସେମାନେ କୁଣ୍ଠାବୋଧ ପ୍ରକାଶ କରୁଛନ୍ତି। ବିଜନେସ ଇନ୍‌ସାଇଡ୍‌ର ଏକ ରିପୋର୍ଟ ଅନୁଯାୟୀ ଏଭଳି ଧାରଣା ନ ବଦଳିଲେ ଆସନ୍ତା ୨୦ ବର୍ଷରେ ଜାପାନରୁ ମୋଟ ଜନସଂଖ୍ୟାର ୩୫ ପ୍ରତିଶତ ୮୦ବର୍ଷ ଆୟୁ ବିଶିଷ୍ଟ ହୋଇଯାଇଥିବେ। ସେହିପରି ୨୦୨୫ ସୁଦ୍ଧା ଜାପାନର ୩ଜଣରୁ ଜଣକ ବୟସ ୬୫ ବର୍ଷରୁ ଅଧିକ ହୋଇଯିବ। ବୟସ୍କଙ୍କ ସଂଖ୍ୟା ବଢ଼ିବାର କୁପ୍ରଭାବ ଉଭୟ ଅର୍ଥନୈତିକ ଏବଂ ସାମାଜିକ ବ୍ୟବସ୍ଥାକୁ ପ୍ରଭାବିତ କରିବ। ଏଭଳି ଧାରା ଜାରି ରହିଲେ ଆସନ୍ତା ୫୦ ବର୍ଷରେ ଜାପାନର ଜନସଂଖ୍ୟା ୮୦ ମିଲିୟନ ତଳକୁ ଖସିଆସିବା ଆଶଙ୍କା ବେଶି।


Enter your email to get our daily news in your inbox.

All Right Reserved By Dharitri.Com

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ଆଜି ରାତିରେ ଗୋଟିଏ ସଭ୍ୟତାର ବିନାଶ ନିଶ୍ଚିତ, ବିଶ୍ୱରେ ଚହଳ

ୱାଶିଂଟନ/ତେହେରାନ,୭।୪: ହର୍ମୁଜ ପ୍ରଣାଳୀ ଖୋଲିବାକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିସ୍ଫୋରକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଯୁଦ୍ଧ ଭିତରେ ଆମେରିକାରେ ରାଷ୍ଟ୍ରପତି ପଦ ଛାଡିବେ ଟ୍ରମ୍ପ? ନିଜେ କହିଦେଲେ…

ଓ଼୍ବାଶିଂଟନ,୭।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଆସିଛି। ସେ ଦାବି କରିଛନ୍ତି ଯେ ସେ…

ଇରାନ ଯୁଦ୍ଧ ମଧ୍ୟରେ ବଡ଼ ଘୋଷଣା କଲେ ପାକ୍‌ ପ୍ରଧାନମନ୍ତ୍ରୀ, ଲୋକେ ଛାନିଆ!

ଇସଲାମାବାଦ,୭।୪: ଇରାନ ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇବା ପରଠାରୁ, ଦକ୍ଷିଣ ଏସୀୟ ଏବଂ ୟୁରୋପୀୟ ଦେଶଗୁଡ଼ିକ ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri