ଭାରତ ପ୍ରେମରେ ଜାପାନୀ ଯୁବତୀ, ଭାରତର ଏହି ଖାଦ୍ୟ ତାଙ୍କର ବହୁ ପସନ୍ଦ

ଟୋକିଓ,୨୬ା୭: ଜାପାନର ରାଜଧାନୀ ଟୋକିଓ ଆଜିକାଲି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। କାରଣ ବର୍ତ୍ତମାନ ଏଠାରେ ଅଲିମ୍ପିକ୍ସ ଗେମ୍‌ସ ଚାଲିଛି। ଭାରତର ଖେଳାଳିମାନେ ମଧ୍ୟ ଏଥିରେ ଭାଗ ନେଇଛନ୍ତି। ମାତ୍ର ସବୁଠୁ ଚର୍ଚ୍ଚାରେ ଜଣେ ଜାପାନୀ ଯୁବତୀ। ଏହାର କାରଣ ମଧ୍ୟ ଭାରତ।

କହିରଖୁଛୁ, ମାୟୋ ନାମକ ଜଣେ ଯୁବତୀ ସିନା ଜାପାନୀ, ମାତ୍ର ଭାରତର ସବୁ ଜିନିଷ ତାଙ୍କର ପ୍ରିୟ। ଭାରତର ହିନ୍ଦୀ ଭାଷାକୁ ବହୁତ ଭଲ ପାଆନ୍ତି। ସେ ହିନ୍ଦୀ ମଧ୍ୟ ବେଶ୍‌ ଭଲ ଭାବରେ କହିପାରନ୍ତି। ଭାରତର ସଂସ୍କୃତି, ଖାଦ୍ୟ, ମହୋତ୍ସବ ଇତ୍ୟାଦି ବିଷୟରେ ସେ ବହୁତ କିଛି ଜାଣିଛନ୍ତି।

ମାୟୋଙ୍କର ଏକ ୟୁଟ୍ୟୁବ୍‌ ଚ୍ୟାନେଲ ଅଛି। ଏହାର ନାମ ମାୟୋ ଜାପାନ(mayo japan)। ଏଥିରେ ସେ କହିଛନ୍ତି, ଭାରତ ତାଙ୍କର ବହୁତ ପସନ୍ଦ। କାରଣ ମୋ’ ବାପା ଯେତେବେଳେ ଭାରତରେ ରହୁଥିଲେ, ମୁଁ ଅନେକ ଥର ଭାରତ ବୁଲିବାକୁ ଯାଇଛି। ମୋ ବାପା ମୋତେ ହିନ୍ଦୀ ଶିଖିବାକୁ ପ୍ରେରଣା ଦେଇଥିଲେ। ସେ ହିମାଳୟ ବି ବୁଲିବାକୁ ଯାଇଛନ୍ତି। ବାରମ୍ବାର ଭାରତ ଆସୁଥିବାରୁ ସେ ହିନ୍ଦୀ ଭାଷା ଶିଖିଗଲେ। ମାୟୋ କହିଛନ୍ତି, ସେ ଓସାକା ୟୁନିଭର୍ସିଟିରେ ୪ ବର୍ଷ ହିନ୍ଦୀ ଶିଖିଛନ୍ତି।

ଭାରତୀୟଙ୍କ ଖାଦ୍ୟ ସମ୍ପର୍କରେ ସେ କୁହନ୍ତି, ତାଙ୍କୁ ଭାରତର ଗୁପ୍‌ଚୁପ୍‌ ବହୁତ ପସନ୍ଦ। ଦହି ଭାତ ମଧ୍ୟ ଆହୁରି ପସନ୍ଦ। ଏହାକୁ ସେ ମନ ଭରି ଖାଇଥାନ୍ତି। ଭାରତର ସଂସ୍କୃତି ବିଷୟରେ ସେ କହିଛନ୍ତି, ଟୋକିଓର ଲୋକେ ବହୁତ ଚୁପ୍‌ଚାପ। ମାତ୍ର ଭାରତୀୟମାନେ ଅଜଣା ଲୋକଙ୍କ ସହ ମଧ୍ୟ କଥାବାର୍ତ୍ତା କରନ୍ତି। ଯାହା ତାଙ୍କୁ ଖୁବ୍‌ ଭଲ ଲାଗେ। ଭାରତରେ ଟ୍ରେନ, ବଜାର ଯେଉଁଠି ବି ହେଉ ଲୋକେ ଅପରିଚିତମାନଙ୍କ ସହ କଥା ହୋଇଥାନ୍ତି। ବହୁତ ସ୍ନେହ ଆଦର କରିଥାନ୍ତି।

ସେ କହିଛନ୍ତି, ଭାରତରେ ସରସ୍ବତୀ ମା’ଙ୍କ ପୂଜା ତାଙ୍କର ଭାରି ପସନ୍ଦ। ସେ ଜାପାନରେ ବି ମା’ ସରସ୍ବତୀଙ୍କ ପୂଜା କରୁଛନ୍ତି।

Share