ୟୁକ୍ରେନ ପାଇଁ ଆଗେଇ ଆସିଲେ ଜାପାନର କୋଟିପତି

ଟୋକିଓ,୨୭।୨: ରୁଷିଆ ଆକ୍ରମଣ ଜାରି ରଖିଥିବା ବେଳେ ୟୁକ୍ରେନ ସରକାରଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଜାପାନର କୋଟିପତି ହିରୋଶି ମିକେ ମିକିତାନି। ସେ ୟୁକ୍ରେନ ସରକାରଙ୍କୁ ୮.୭ ନିୟୁତ ଡଲାର ଦାନ କରିବେ ବୋଲି ଘୋଷଣା କରିଛନ୍ତି।ଏହାର ମୂଲ୍ୟ ଭାରୀତୟ ମୁଦ୍ରାରେ ୬୫.୩୧ କୋଟି ଟଙ୍କାରୁ ଊର୍ଦ୍ଧ୍ୱ।

ଇ-କମର୍ସ କମ୍ପାନୀ ରାତୁତେନ ପ୍ରତିଷ୍ଠାତା ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ଏକ ପତ୍ରରେ ‘ହିଂସାର ଶିକାର ହୋଇଥିବା ପୀଡ଼ିତଙ୍କୁ ସାହାଯ୍ୟ କରିବା ପାଇଁ ସେ ୧ ବିଲିୟନ ୟେନ (୮.୭ ନିୟୁତ ଡଲାର) ଦାନ କରୁଥିବା’ ଉଲ୍ଲେଖ କରୁଛନ୍ତି।

ମିକିତାନି କହିଛନ୍ତି, ସେ ୨୦୧୯ରେ କ୍ୱିଭ ଯାଇଥିଲେ। ସେଠାରେ ଜେଲେନସ୍କିଙ୍କୁ ଭେଟିଥିଲି। ମୁଁ ଆଶା କରୁଛି, ରୁଷିଆ ଏବଂ ୟୁକ୍ରେନ ଶାନ୍ତିପୂର୍ଣ୍ଣ ଭାବେ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ କରିପାରିବେ। ଯାହାଫଳରେ ୟୁକ୍ରେନର ଲୋକେ ଯଥାଶୀଘ୍ର ପୁନର୍ବାର ଶାନ୍ତିରେ ରହିପାରିବେ।

Share