ଭାରତ ସହିତ ପ୍ରତିରକ୍ଷା ସହଯୋଗ ବୃଦ୍ଧି କରିବ ଜାପାନ…

ଟୋକିଓ,୧୭।୧୨ : ଚାଇନାର ମୁକାବିଲା କରିବା ପାଇଁ ଜାପାନ ଭାରତ ସହିତ ପ୍ରତିରକ୍ଷା ସହଯୋଗ ବୃଦ୍ଧି କରିବ। ଶନିବାର ଜାପାନର ଜାତୀୟ ସୁରକ୍ଷା ରଣନୀତି ରେ କୁହାଯାଇଛି ଯେ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଏକ ଦେଶ ଭାବରେ ଜାପାନ ମୁକ୍ତ ଉଦ୍ୟମକୁ ପ୍ରୋତ୍ସାହିତ କରିବ।

ଜାପାନ ପକ୍ଷରୁ କୁହାଯାଇଛି ଯେ ଆମେରିକା-ଅଷ୍ଟ୍ରେଲିଆ-ଭାରତ କ୍ୱାଡ ସହଭାଗୀତା ଭଳି ପ୍ରୟାସ ମାଧ୍ୟମରେ ଏହା ଏସବୁ ସହଯୋଗକୁ ଆହୁରି ମଜବୁତ କରିବ। ଜାପାନ କହିଛି ଯେ ଏହା ଅଷ୍ଟ୍ରେଲିଆ, ଭାରତ, ରିପବ୍ଲିକ ଅଫ କୋରିଆ, ୟୁରୋପୀୟ ଦେଶ, ଏସିଆନ ଦେଶ ସହିତ ସୁରକ୍ଷା ସହଯୋଗ ବୃଦ୍ଧି କରିବ।

ଏହା ବ୍ୟତୀତ ଜାପାନ ମଧ୍ୟ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଅନ୍ୟ ଦେଶମାନଙ୍କ ସହ ସମ୍ପର୍କକୁ ମଜବୁତ କରିବାକୁ ଚେଷ୍ଟା କରୁଛି। ଏଥି ସହିତ ଜାପାନ ଚାଇନା ନୀତିକୁ ମଧ୍ୟ ବିରୋଧ କରୁଛି। କୁହାଯାଇଛି ଯେ ଚାଇନା ଦ୍ୱାରା ବଢୁଥିବା ପ୍ରୟାସ ଏବଂ ଏକପାଖିଆ ଭାବରେ ସ୍ଥିତିକୁ ବଦଳାଇବା ନୀତିକୁ ଜାପାନ ଦୃଢ଼ବିରୋଧ କରୁଛି। ଜାପାନ ମଧ୍ୟ ଏହି ପ୍ରୟାସକୁ ଶାନ୍ତ ଏବଂ ସୁଦୃଢ଼ ଢଙ୍ଗରେ ଜବାବ ଦେବା ପାଇଁ ପ୍ରସ୍ତୁତି କରୁଛି।

 

Share