ପୁଣି ଥରିଲା ଜାପାନ, ରିକ୍ଟର ସ୍କେଲରେ ତୀବ୍ରତା ୫.୮

ଟୋକିଓ,୧।୮: ଜାପାନରେ ପ୍ରକୃତିର ପ୍ରକୋପ ନିରନ୍ତର ଜାରି ରହିଛି। ଶନିବାର, ଉତ୍ତର ଜାପାନର ଆଓମୋରି ପ୍ରିଫେକ୍ଚର ନିକଟରେ 5.8 ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ଜାପାନ ପାଣିପାଗ ସଂସ୍ଥା ଅନୁଯାୟୀ, ସ୍ଥାନୀୟ ସମୟ ଅନୁସାରେ ସକାଳ ୧୧ଟା ୪୮ରେ ଆଓମୋରିର ପ୍ରଶାନ୍ତ ମହାସାଗରୀୟ ଉପକୂଳରୁ ପ୍ରାୟ ୮୦ କିଲୋମିଟର ଗଭୀରତାରେ ଭୂମିକମ୍ପ ହୋଇଥିଲା।

ଜାପାନୀ ଭୂକମ୍ପ ସ୍କେଲରେ ଏହାର ତୀବ୍ରତା ୪ ରେ ରେକର୍ଡ କରାଯାଇଥିଲା (ଯାହା ୭ ପର୍ଯ୍ୟନ୍ତ ଯାଏ)। ଭୂମିକମ୍ପ ପରେ କୌଣସି ସୁନାମି ଚେତାବନୀ ଜାରି କରାଯାଇ ନଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ୪୧.୩ ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୧୪୨.୦ ଡିଗ୍ରୀ ପୂର୍ବ ଦ୍ରାଘିମାରେ ଅବସ୍ଥିତ ଥିଲା। କିଛି ଦିନ ପୂର୍ବରୁ, ଜାପାନରେ ଆଉ ଏକ ଶକ୍ତିଶାଳୀ ଏବଂ ବିନାଶକାରୀ ଭୂମିକମ୍ପ ୩୫ ଜଣଙ୍କ ଜୀବନ ନେଇଥିଲା।
ମଙ୍ଗଳବାର ଅପରାହ୍ନ ୪ଟା ୨୭ରେ କୁମାମୋଟୋ ପ୍ରିଫେକ୍ଚରରେ ୭ ତୀବ୍ରତାର ଏକ ବଡ଼ ଭୂମିକମ୍ପ ଆଘାତ କରିଥିଲା, ଯାହା ସମଗ୍ର ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା। ଶୁକ୍ରବାର, ଅଧିକାରୀମାନେ ନିଶ୍ଚିତ କରିଛନ୍ତି ଯେ ବିପର୍ଯ୍ୟୟରେ ମୃତ୍ୟୁ ସଂଖ୍ୟା ୩୫ କୁ ବୃଦ୍ଧି ପାଇଛି।

Dharitri – Odisha’s No.1, Most Trusted Odia Daily

Share