ଜାପାନ-ରୁଷିଆ ମଧ୍ୟରେ ବଢ଼ିଲା ଉତ୍ତେଜନା: କୁରିଲ ଦ୍ୱୀପରେ ରୁଷିଆ କ୍ଷେପଣାସ୍ତ୍ର ପ୍ରଣାଳୀ…

ମସ୍କୋ/ଟୋକିଓ,୬।୧୨ : ରୁଷିଆ ଏବଂ ଜାପାନ ମଧ୍ୟରେ ପୁଣି ଥରେ ଉତ୍ତେଜନା ବୃଦ୍ଧି ହେବାର ଆଶଙ୍କା ଦେଖାଦେଇଛି। ବାସ୍ତବରେ ରୁଷିଆର ଉତ୍ତେଜନାମୂଳକ ପଦକ୍ଷେପ ପରେ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି। ରୁଷିଆ ଜାପାନ ନିକଟସ୍ଥ ବିବାଦୀୟ କୁରିଲ ଦ୍ୱୀପପୁଞ୍ଜରେ କ୍ଷେପଣାସ୍ତ୍ର ପ୍ରଣାଳୀ ସ୍ଥାପନ କରିଛି। ରୁଷିିଆର ଏହି ପଦକ୍ଷେପ ବିବାଦକୁ ବଢ଼ାଇବାର ଆଶଙ୍କା ରହିଛି।

କୁରିଲ ଦ୍ୱୀପପୁଞ୍ଜ ଜାପାନ ଏବଂ ରୁଷିଆର କାମଚଟକା ଉପଦ୍ୱୀପ ମଧ୍ୟରେ ବିସ୍ତାରିତ ଏକ ରଣନୈତିକ ଶୃଙ୍ଖଳାର ଏକ ଅଂଶ। ଯାହା ପ୍ରଥମ ବିଶ୍ୱଯୁଦ୍ଧ ସମୟରୁ ବିବାଦରେ ରହିଆସିଛି। ଜାପାନୀମାନେ ଏହି ଦ୍ୱୀପପୁଞ୍ଜକୁ ଉତ୍ତର ଅଞ୍ଚଳ ବୋଲି କହୁଥିବାବେଳେ ରୁଷିଆ ଏହାକୁ କୁରିଲ ବୋଲି କହୁଛି। ଏହି ଦ୍ୱୀପପୁଞ୍ଜକୁ ନେଇ ଜାପାନ ଏବଂ ରୁଷିଆ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଛି। ପ୍ରାୟ ୨୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଜାପାନ ଏହି ଦ୍ୱୀପପୁଞ୍ଜକୁ ବେଆଇନ ଭାବେ ଅଧିକୃତ ଅଞ୍ଚଳ ବୋଲି କହିଛି।

ଏହି ବିବାଦ ଦ୍ୱିତୀୟ ବିଶ୍ୱଯୁଦ୍ଧର ଶେଷ ଭାଗରୁ ଆରମ୍ଭ ହୋଇଥିଲା। ରୁଷିଆ ଦାବି କରୁଛି ଯେ ଏହା ଦ୍ୱିତୀୟ ବିଶ୍ୱ ଯୁଦ୍ଧରେ ଏହି ଦ୍ୱୀପ ଜିତିଥିବାରୁ ଏହା ଏହାର ଅଟେ। ଅନ୍ୟପକ୍ଷରେ ଜାପାନ କହୁଛି ଯେ ଷୋଡଶ ଶତାବ୍ଦୀରେ ଜାପାନୀମାନେ ଏହି ଦ୍ୱୀପପୁଞ୍ଜ ପରିଦର୍ଶନ କରିଥିଲେ, ଯାହା ରୁଷିଆ ଆସିବାର ପ୍ରାୟ ୨୦୦ବର୍ଷ ପୂର୍ବରୁ। ତେଣୁ ଦ୍ୱୀପପୁଞ୍ଜ ସେମାନଙ୍କ ଅଧୀନରେ ଅଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ଶେଷ ହେବା ପରେ ଜାପାନ ସହଯୋଗୀ ବାହିନୀ ସହିତ ୧୯୫୧ ସାନ ଫ୍ରାନ୍ସିସ୍କୋ ଶାନ୍ତି ଚୁକ୍ତିନାମା ସ୍ବାକ୍ଷର କରିଥିଲା। ଯେଉଁଥିରେ ଜାପାନ କୁରିଲ ଦ୍ୱୀପପୁଞ୍ଜ ଉପରୁ ସମସ୍ତ ଅଧିକାର ଦାବି ତ୍ୟାଗ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

UAE ର ଦୁଇ ଜାହାଜ ଉପରେ ଏୟାରଷ୍ଟ୍ରାଇକ୍ କଲା ସାଉଦି ଆରବ, ଦେଲା ୨୪ ଘଣ୍ଟା ଅଲ୍ଟିମେଟମ୍

ନୂଆଦିଲ୍ଲୀ,୩୦।୧୨: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆର ଦୁଇ ଶକ୍ତିଶାଳୀ ଦେଶ ସାଉଦି ଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ତିକ୍ତତା ଚରମ...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri