ଜାପାନରେ ୬.୩ ତୀବ୍ରତାର ଭୂକମ୍ପ ଅନୁଭୂତ

ଟୋକିଓ,୨୮।୧୨: ଜାପାନରେ ଭୂକମ୍ପ ଝଟକା। ଗୁରୁବାର ଜାପାନର କୁରିଲ ଦ୍ୱୀପପୁଞ୍ଜରେ ଘଟିଥିବା ଭୂକମ୍ପର ତୀବ୍ରତା ୬.୩ ମାପ କରାଯାଇଛି। ଅଧିକାରୀଙ୍କ ଅନୁଯାୟୀ ଏ ପର୍ଯ୍ୟନ୍ତ ସୁନାମି ସମ୍ପର୍କରେ କୌଣସି ଚେତାବନୀ ଦିଆଯାଇନାହିଁ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଗତ ୩ ଦିନ ମଧ୍ୟରେ ତୃତୀୟ ଥର ପାଇଁ ଭୂକମ୍ପ ଘଟିଛି, ଯେଉଁ କାରଣରୁ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି।

 

Share