ଜାପାନରେ କମି ଚାଲିଛି ଶିଶୁ ଜନ୍ମହାର, ଚିନ୍ତାରେ ସରକାର

ଟୋକିଓ,୪ ।୧୨: ଜାପାନରେ ଚଳିତ ବର୍ଷ ଶିଶୁ ଜନ୍ମହାର ଏତେ ପରିମାଣରେ କମ୍ ହୋଇଛି ଯେ ଏବେ ଏହା ରେକର୍ଡ କରିଛି । ଏଥିରୁ ଅନୁମାନ କରାଯାଉଛି କି ଜାପାନର ଜନସଂଖ୍ୟା ଅନୁମାନ ପୂର୍ବରୁ କମ୍ ହୋଇ ୧୦ କୋଟିରୁ ତଳକୁ ଖସିଯାଇପାରେ ।
ଜୁନ ୨୦୨୧ରୁ ମେ ୨୦୨୨ ଅର୍ଥାତ୍ ୧୨ ମାସ ମଧ୍ୟରେ ଜାପାନରେ ୭,୯୮,୫୬୧ ଶିଶୁ ଜନ୍ମ ନେଇଛନ୍ତି । ସ୍ୱାସ୍ଥ୍ୟ, ଶ୍ରମ ଓ କଲ୍ୟାଣ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, କୌଣସି ୧୨ ମାସ ବା ବର୍ଷକ ମଧ୍ୟରେ ପ୍ରଥମଥର ଲାଗି ଚଳିତ ବର୍ଷ ୮ ଲକ୍ଷରୁ କମ୍ ଶିଶୁ ଜନ୍ମ ନେଇଛନ୍ତି ।
ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତବର୍ଷ ଜାପାନରେ ୮ ଲକ୍ଷ ୧୧ ହଜାର ଶିଶୁ ଜନ୍ମ ନେଇଥିଲେ । ତାହା ବି ଏକ ରେକର୍ଡ ଥିଲା । ହେଲେ ସେତେବେଳେ କୁହାଯାଇଥିଲା କି ଏହା କରୋନା ମହାମାରୀର ପ୍ରଭାବ । ହେଲେ ତାଜା ସଂଖ୍ୟା କହୁଛି ଜାପାନରେ ଏହି ଟ୍ରେଣ୍ଡ ଆହୁରି ଆଗକୁ ବଢି ଯାଇଛି ।
ପ୍ରତିବର୍ଷ ପ୍ରଥମ ୬ ମାସରେ ପ୍ରାୟ ୩,୬୭,୨୩୨ ଶିଶୁଙ୍କର ଜନ୍ମ ହୋଇଥିଲା । ୨୦୨୧ର ପ୍ରଥମ ୬ ମାସ ତୁଳନାରେ ଏହା ୫ ପ୍ରତିଶତ କମ । ଏହି ବର୍ଷ ପ୍ରଥମ ୯ ମାସରେ ୫ ଲକ୍ଷ ୯୯ ହଜାର ଶିଶୁ ଜନ୍ମ ହୋଇଥିଲେ । ଏହା ୨୦୨୧ ପୂର୍ବରୁ ୯ ମାସ ତୁଳନାରେ ୪.୯ ପ୍ରତିଶତ କମ ।

Share