ନିଖୋଜ ବିମାନର ଧ୍ୱଂସାବଶେଷ ମିଳିଲା

ଟୋକିଓ,୭ା୪: ଜାପାନର ଉଦ୍ଧାରକାରୀ ଦଳ ରାଡାରରୁ ଅଦୃଶ୍ୟ ହେବାର ଗୋଟିଏ ଦିନ ପରେ ସାମରିକ ହେଲିକପ୍ଟରର ଅଧିକ ଅଂଶ ଶୁକ୍ରବାର ପାଇଥିବା କୋଷ୍ଟଗାର୍ଡ କହିଛନ୍ତି। ହେଲିକପ୍ଟର ୟୁଏଚ୍‌-୬୦ ଜେଏରେ ଦୁଇଜଣ ପାଇଲଟ୍‌, ଦୁଇ ମେକାନିକ ଏବଂ ୬ ଜଣ କ୍ରୁ ସଦସ୍ୟ ଥିଲେ। ଗୁରୁବାର ସ୍ଥାନୀୟ ସମୟ ଅପରାହ୍ନ ୪ଟା ପୂର୍ବରୁ ଏହା ନିଖୋଜ ହୋଇଯାଇଥିଲା। ଏହା ଦକ୍ଷିଣ ଓକିନାଓ୍ବାସ୍ଥିତ ମିଆକୋ ଦ୍ୱୀପରୁ ପାଣିରେ ଖସି ପଡ଼ିଥିଲା।

ଉଦ୍ଧାରକାରୀମାନେ ହେଲିକପ୍ଟରର ଅନେକ ଅଂଶ ଉଦ୍ଧାର କରିଛନ୍ତି। ଏକ ଡୋର, ବ୍ଲେଡ୍‌ ଏବଂ ହଳଦିଆ ରଙ୍ଗର ଏକ ଲାଇଫ୍‌ ରାଫ୍ଟ ପାଇଛନ୍ତି। ଯାହାକି ଏକ ବ୍ୟାଗ ଭିତରେ ପ୍ୟାକ୍‌ ହୋଇ ରହିଥିଲା।

Share