ପରଲୋକରେ ଜାପାନ ପୂର୍ବତନ ପ୍ରଧାନମନ୍ତ୍ରୀ

ଟୋକିଓ,୮।୭: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଶୁକ୍ରବାର ପରଲୋକ ଘଟିଛି। ନାରା ସହରରେ ଜଣେ ବ୍ୟକ୍ତି ତାଙ୍କ ଉପରକୁ ୨ଟି ଗୁଳି ଚଳାଇଥିଲେ। ଆକ୍ରମଣ ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ତାଙ୍କୁ ବଞ୍ଚାଇବା ସମ୍ଭବପର ହୋଇପାରିଲା ନାହିଁ। ଶେଷରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଯେତେବେଳେ ୬୭ବର୍ଷୀୟ ସିଞ୍ଜୋ ଆବେଙ୍କ ଉପରେ ଏହି ଆକ୍ରମଣ ହୋଇଥିଲା, ସେତେବେଳେ ସେ ଏକ ସାଧାରଣ ସଭାକୁ ସମ୍ବୋଧିତ କରୁଥିଲେ। ସୂଚନା ମୁତାବକ, ଗୁଳିମାଡ଼ ପରେ ତାଙ୍କୁ ହୃଦ୍‌ଘାତରେ ହୋଇଥିଲା, ଯେଉଁଥିପାଇଁ ତାଙ୍କର ମୃତ୍ୟୁ ଘଟିଛି ବୋଲି କୁହାଯାଉଛି। ଏହି ଆକ୍ରମଣ ପରେ ଘଟଣାସ୍ଥଳରୁ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ ୪୧ବର୍ଷୀୟ ୟମାଗାମି ତେତ୍‌ସୁୟା ବୋଲି ଜଣାପଡ଼ିଛି। ଅନ୍ୟପଟେ ସିଞ୍ଜୋଙ୍କ ବିୟୋଗରେ ଦେଶର ବଡ଼ ବଡ଼ ନେତା ଶୋକ ପ୍ରକାଶ କରିଛନ୍ତି।

Share