ଜାପାନ ଭୂକମ୍ପ ମୃତ୍ୟୁ ସଂଖ୍ୟା ୩୦କୁ ବୃଦ୍ଧି, ୧୫୫ ଫସି ରହିଥିବା ଆଶଙ୍କା, ଆହୁରି ବଢିପାରେ ମୃତକଙ୍କ ସଂଖ୍ୟା

ଟୋକିଓ,୨।୧: ନୂଆବର୍ଷରେ ଜାପାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଜାପାନ ଦେଶକୁ ଥରାଇ ଦେଇଛି। ଏହି ଘଟଣାରେ ପ୍ରାୟ ୩୦ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୫୫ ଜଣ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। ଗୋଟିଏ ଦିନରେ ୧୫୫ଭୂକମ୍ପ ଝଟକା ଜାପାନରେ ଅନୁଭୂତ ହୋଇଛି। ଭୂକମ୍ପ ହେବା ମାତ୍ରେ ବଡ଼ ବଡ଼ ଅଟ୍ଟାଳିକା ଭୁଶୁଡି ପଡିଥିଲା, ଏପରିକି ସୁନାମି ଚେତାବନୀ ଦିଆଯାଇଥିବାବେଳେ ଜାପାନର ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ନ୍ୟୁଜ ଏଜେନ୍ସି ରଏଟର୍ସ ରିପୋର୍ଟ କରିଛି ଯେ, ପ୍ରାୟ ୩୩ ହଜାର ପରିବାର ବିଦ୍ୟୁତ୍‌ ବିନା ରହିଛନ୍ତି ଏବଂ ପ୍ରମୁଖ ରାଜପଥ ସମେତ ଦେଶର ଅନେକ ଗୁରୁତ୍ୱପୂର୍ଣ୍ଣ ମାର୍ଗ କାର୍ଯ୍ୟକ୍ଷମ ନୁହେଁ, ଯାହାଦ୍ୱାରା ମେଡିକାଲ ଏବଂ ସେନା କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କିଏ ଏହି ଟ୍ରମ୍ପଙ୍କ ଘନିଷ୍ଠ କାଶ୍‌ ପଟେଲ, ହୋଇପାରନ୍ତି CIA ମୁଖ୍ୟ, ରାମ ମନ୍ଦିର ସହ ଅଛି ଲିଙ୍କ୍‌

ଓ୍ବାଶିଂଟନ୍‌,୯।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଡେମୋକ୍ରାଟ ପ୍ରାର୍ଥୀ କମଳା ହ୍ୟାରିସଙ୍କୁ ହରାଇଛନ୍ତି। ୪ ବର୍ଷ ପରେ ପୁଣି ଟ୍ରମ୍ପ ଦିତୀୟ...

ଏହି ମହିଳା ଚା’ ବାଲାଙ୍କ ପାଖରେ ବସନ୍ତି ବଡ଼ ବଡ଼ ଧନୀ, ଜାଣନ୍ତୁ ତାଙ୍କ ବିଷୟରେ…

ଲଣ୍ଡନ,୯।୧୧: ଋଷି ସେଠିୟା। ୟୁନାଇଟେଡ କିଙ୍ଗଡମର ଜଣେ ପ୍ରଭାବଶାଳୀ ତଥା ଧନୀକ ପରିବାରରୁ ସେ ଆସନ୍ତି । ତାଙ୍କ ପରିବାର ବ୍ୟବସାୟ ତଥା ବାଣିଯ୍ୟ ପାଇଁ...

ପାକିସ୍ତାନରେ ବଡ଼ଧରଣର ବିସ୍ଫୋରଣ: ୨୧ ମୃତ, ୩୦ରୁ ଅଧିକ ଆହତ

ଇସଲାମାବାଦ,୯।୧୧: ପାକିସ୍ତାନରୁ ଏକ ବଡ ଖବର ଆସିଛି। ଶନିବାର ବାଲୁଚିସ୍ତାନ ପ୍ରଦେଶର କ୍ୱେଟା ରେଳ ଷ୍ଟେଶନରେ ଏକ ବଡ଼ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ୨୧...

ଶେଷରେ ଭୁଲ୍‌ ମାନିଲେ ଜଷ୍ଟିନ ଟ୍ରୁଡୋ: କାନାଡାରେ ଅଛନ୍ତି…

ଓଟଓ୍ବା,୯।୧୧: କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଦୋମୁହାଁ ଚରିତ୍ର ପୁଣି ଥରେ ପ୍ରକାଶ ପାଇଛି। ଖଲିସ୍ତାନୀ ଆତଙ୍କବାଦୀଙ୍କୁ ଆଶ୍ରୟ ଦେବା ଅଭିଯୋଗରେ ଟ୍ରୁଡୋ ଏବଂ ତାଙ୍କ...

ସୁସି ଓ୍ବିଲ୍ସଙ୍କୁ ଚିଫ୍‌ ଅଫ୍‌ ଷ୍ଟାଫ୍‌ ମନୋନୀତ କଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୯ା୧୧: ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ହ୍ବାଇଟ୍‌ ହାଉସ୍‌ର ଚିଫ୍‌ ଅଫ୍‌ ଷ୍ଟାଫ୍‌ ଭାବେ ସୁସି ଓ୍ବିଲ୍ସଙ୍କୁ ମନୋନୀତ କରିଛନ୍ତି। ଟ୍ରମ୍ପ୍‌ଙ୍କ ପ୍ରଚାରର ସଫଳ...

ଭାରତ ବିଶ୍ୱ ମହାଶକ୍ତି ତାଲିକାରେ ରହିବାକୁ ହକ୍‌ଦାର: ପୁଟିନ୍‌

ମସ୍କୋ,୯ା୧୧: ଭାରତର ଅର୍ଥନୀତି ଏବେ ଅନ୍ୟ ଦେଶଗୁଡ଼ିକଠାରୁ ଦ୍ରୁତ ବେଗରେ ଅଗ୍ରଗତି କରୁଛି। ତେଣୁ ଏହା ବିଶ୍ୱ ମହାଶକ୍ତି ତାଲିକାରେ ସ୍ଥାନ ପାଇବାକୁ ହକ୍‌ଦାର ବୋଲି...

ମିଶିଯିବେ ପୁଟିନ୍‌-ଟ୍ରମ୍ପ! ପୁଟିନ୍‌ କଲେ ବଡ଼ ଘୋଷଣା…

ମସ୍କୋ,୮।୧୧: ସୁପରପାଓ୍ବାରର ମୁକୁଟ ପିନ୍ଧିଛନ୍ତି ଡୋନାଲ୍ଡ ଟ୍ରମ୍ପ। ଆଗାମୀ ବର୍ଷ ଜାନୁଆରୀ ୨୦ରେ ଶପଥ ନେବେ। ଟ୍ରମ୍ପଙ୍କ ଆମେରିକା ଦଖଲ ପରେ ଚାରିଆଡୁ ଶୁଭେଚ୍ଛାର ସୁଅ...

ଭାରତକୁ ମହାନ ଶକ୍ତି କହିଲେ ପୁଟିନ; ଚାଇନା-ପାକିସ୍ତାନକୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ, ୮।୧୧: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତର ପ୍ରଶଂସା କରି ଭାରତକୁ ଏକ ମହାନ ଶକ୍ତି ବୋଲି କହିଛନ୍ତି। ଭାରତର ଅର୍ଥବ୍ୟବସ୍ଥା, ସଂସ୍କୃତି ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri