Categories: ଖେଳ

୪ଥରର ଚାମ୍ପିୟନ ଜର୍ମାନୀକୁ ହରାଇଲା ଜାପାନ

ଦୋହା,୨୩।୧୧: କାତାରରେ ଅନୁଷ୍ଠିତ ଫିଫା ବିଶ୍ୱକପ୍‌ ୨୦୨୨ରେ ଆଉ ଏକ ବଡ ପରିବର୍ତ୍ତନ ଦେଖିବାକୁ ମିଳିଛି। ବୁଧବାର ଖେଳାଯାଇଥିବା ରୋମାଞ୍ଚକର ମୁକାବିଲାରେ ଜାପାନ ଚାରିଥର ବିଶ୍ୱକପ୍‌ ଟାଇଟଲ୍‌ ବିଜେତା ଜର୍ମାନୀକୁ ୨-୧ରେ ପରାସ୍ତ କରିଛି।

ମ୍ୟାଚ୍‌ର ପ୍ରଥମାର୍ଦ୍ଧରେ ଜର୍ମାନୀ୧-୦ରେ ଆଗୁଆ ଥିଲା। ଦ୍ୱିତୀୟାର୍ଦ୍ଧରେ ଜାପାନ ଜବରଦସ୍ତ ପ୍ରଦର୍ଶନ ସହ ୨ ଗୋଲ କରି ମୁକାବିଲାକୁ ନିଜ ନାମରେ କରିଥିଲା। ତେବେ ଜର୍ମାନୀ ୧୯୩୪,୧୯୩୮,୧୯୮୨, ୨୦୦୬ରେ ବିଶ୍ୱକପ୍‌ ଟାଇଟଲ ଜିତିଥିଲା। ଫିଫା ର଼୍ୟାଙ୍କିଂରେ ଜର୍ମାନୀ ଟିମ୍‌ ୧୧ତମ ସ୍ଥାନରେ ଥିବା ବେଳେ ଜାପାନ ୨୪ତମ ସ୍ଥାନରେ ରହିଛି।

Share