ଚାଇନା ବିରୋଧରେ ମୁକାବିଲା ପାଇଁ ଜାପାନ-ଅଷ୍ଟ୍ରେଲିଆ ପ୍ରସ୍ତୁତ

କାନବେରା,୨୨ା୧୦: ଜାପାନ ଏବଂ ଅଷ୍ଟ୍ରେଲିଆ ଶନିବାର ଏକ ନୂତନ ଦ୍ୱିପାକ୍ଷିକ ସୁରକ୍ଷା ଚୁକ୍ତି ସ୍ବାକ୍ଷର କରିଛନ୍ତି। ମିଳିତ ଭାବେ ଚାଇନା ବିରୋଧରେ ମୁକାବିଲା ପାଇଁ ଉଭୟ ଦେଶ ଏହି ପଦକ୍ଷେପ ନେଇଛନ୍ତି। ୨୦୦୭ରେ ପ୍ରଥମ ଥର ପାଇଁ ସୁରକ୍ଷା ସହଯୋଗ ସ୍ବାକ୍ଷରିତ ହୋଇଥିଲା।

ସେତେବେଳେ ଚାଇନା ସେପରି କୌଣସି ଭୟଙ୍କର ନ ଥିଲା। ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ ଅଷ୍ଟ୍ରେଲୀୟ ପ୍ରତିପକ୍ଷ ଆନ୍ଥୋନୀ ଆଲବାନିଜ୍‌ ବର୍ତ୍ତମାନ ଚୁକ୍ତିନାମାକୁ ନବୀକରଣ ପାଇଁ ମିଳିତ ଘୋଷଣାକୁ ଅପଗ୍ରେଡ୍‌ କରିଛନ୍ତି।

Share