ବିଲ୍ଡିଂରେ ନିଆଁ ନେଲା ୨୭ ଜୀବନ

ଓସାକା,୧୭।୧୨: ପଶ୍ଚିମ ଜାପାନର ଓସାକାରେ ଶୁକ୍ରବାର ଏକ ବିଲ୍ଡିଂରେ ନିଆଁ ଲାଗି ୨୭ଜଣଙ୍କ ମୃତ୍ୟୁ ଘଟିଛି। ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ପୋଲିସ ତଦନ୍ତ ଚଳାଇଛି।

ଓସାକାର ମୁଖ୍ୟ ବ୍ୟବସାୟ କେନ୍ଦ୍ର କିଟାଶିନ୍‌ଚିଠାରେ ଥିବା ଏକ ୮ ମହଲା କୋଠାର ଚତୁର୍ଥ ମହଲାରେ ନିଆଁ ଲାଗିଥିଲା। ଶ୍ୱାସରୁଦ୍ଧ ହୋଇ ୨୭ରୁ ଊର୍ଦ୍ଧ୍ୱ ଲୋକଙ୍କ ହୃଦ୍‌ଘାତ ଭଳି ସ୍ଥିତି ଆସିଥିବା ବେଳେ ଜଣେ ମହିଳା ଆହତ ହୋଇଥିଲେ। ମହିଳାଙ୍କୁ ଉଦ୍ଧାର ପରେ ଚିକିତ୍ସା କରାଯାଉଛି। ସେମାନଙ୍କ ମଧ୍ୟରୁ ୨୭ ଜଣଙ୍କ ମୃତ୍ୟୁ ହୋଇଥିବା ଏନ୍‌ଏଚ୍‌କେ ନ୍ୟାଶନାଲ ଟେଲିଭିଜନ ଓ ଅନ୍ୟ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ତେବେ ସରକାରୀ ଭାବେ ମୃତ୍ୟୁସଂଖ୍ୟା ଘୋଷଣା କରାଯାଇନାହିଁ। ଶ୍ୱାସକ୍ରିୟାରେ କାର୍ବନ ମନୋଅକ୍ସାଇଡ୍‌ ନେବାରୁ ଏତେସଂଖ୍ୟାରେ ଲୋକଙ୍କ ମୃତ୍ୟୁ ଘଟିଲା ବୋଲି ଜଣେ ଡାକ୍ତର କହିଛନ୍ତି।

Share