Categories: ଜାତୀୟ

ଜାନୁୟାରୀ ୨୪ରୁ ଜେଇଇ ମେନ୍‌ ପରୀକ୍ଷା

ନୂଆଦିଲ୍ଲୀ,୧୬।୧୨: ୨୦୨୩-୨୪ ଶିକ୍ଷା ବର୍ଷର ଜେଇଇ ମେନ୍‌ ପରୀକ୍ଷା ପାଇଁ ଶୁକ୍ରବାର କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଆସନ୍ତା ଜାନୁୟାରୀରେ ଜେଇଇ ମେନ୍‌ ସେସନ-୧ ଏବଂ ଏପ୍ରିଲରେ ଜେଇଇ ମେନ୍‌ ସେସନ-୨ ପରୀକ୍ଷା ହେବ। ତେବେ ସେସନ-୧ ପରୀକ୍ଷା ଜାନୁୟାରୀ ୨୪ରୁ ଆରମ୍ଭ ହୋଇ ୩୧ରେ ସରିବ। ସେହିପରି ସେସନ-୨ ପରୀକ୍ଷା ଏପ୍ରିଲ ୬ରୁ ଆରମ୍ଭ ହୋଇ ୧୨ ପର୍ଯ୍ୟନ୍ତ ଚାଲିବ ବୋଲି ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଘୋଷଣା କରାଯାଇଛି। ଡିସେମ୍ବର ୧୫ରୁ ଜାନୁୟାରୀ ୧୨ ତାରିଖ ଯାଏ ଆବେଦନର ତାରିଖ ଧାର୍ଯ୍ୟ ହୋଇଛି।

Share