ଧାର୍ମିକ ଦୃଷ୍ଟିରୁ ଜନ୍ମାଷ୍ଟମୀ ଦିନଟି ବେଶ ଗୁରୁତ୍ୱପୂର୍ଣ୍ଣ। ତେବେ ୨୦୨୬ର ଜନ୍ମାଷ୍ଟମୀ ଜ୍ୟୋତିଷ ଦୃଷ୍ଟିରୁ ମଧ୍ୟ ବିଶେଷ ବୋଲି କୁହାଯାଉଛି। ଜ୍ୟୋତିଷ ଅନୁସାରେ, ସେପ୍ଟେମ୍ବର ୪ ତାରିଖ ଜନ୍ମାଷ୍ଟମୀ ଦିନ କୁଣ୍ଡଳୀର ୪ ଶୁଭ ଗ୍ରହଗୁରୁ, ଶୁକ୍ର, ବୁଧ ଓ ଚନ୍ଦ୍ର ଅନୁକୂଳ ସ୍ଥିତିରେ ରହିବେ।
ଗୁରୁ ଓ ଚନ୍ଦ୍ର ନିଜ ଉଚ୍ଚ ରାଶିରେ ରହିବା ସହ ବୁଧ ମିତ୍ର ରାଶି ସିଂହରେ ରହିବେ। ସେହିପରି ଶୁକ୍ର ନିଜ ରାଶି ତୁଳାରେ ଅବସ୍ଥାନ କରିବେ। ଚାରି ଶୁଭ ଗ୍ରହ ଅନୁକୂଳ କ୍ଷେତ୍ରରେ ରହିବାରୁ କିଛି ରାଶିର ଲୋକଙ୍କୁ ଭଲ ଫଳ ମିଳିପାରେ। ଆସନ୍ତୁ ଜାଣିବା କେଉଁ ରାଶି ଏଥିରେ ସାମିଲ।
ଜନ୍ମାଷ୍ଟମୀ ଦିନ ଚାରି ଶୁଭ ଗ୍ରହଙ୍କ ଅନୁକୂଳ ସ୍ଥିତିର ଲାଭ ମିଥୁନ ରାଶିର ଲୋକଙ୍କୁ ମିଳିପାରେ। କେଉଁଠି ଟଙ୍କା ଅଟକି ରହିଥିଲେ ତାହା ଫେରି ପାଇବାର ଯୋଗ ରହିଛି। ବ୍ୟବସାୟୀମାନେ ନୂଆ ପ୍ରକଳ୍ପ ଆରମ୍ଭ କରିପାରନ୍ତି। ଚାକିରିଆମାନଙ୍କ ପାଇଁ ମଧ୍ୟ କର୍ମକ୍ଷେତ୍ରରେ ଭଲ ଅନୁଭୂତି ମିଳିପାରେ। କିଛି ଲୋକଙ୍କୁ ପଦୋନ୍ନତି ମିଳିବାର ସମ୍ଭାବନା ରହିଛି। ବୁଧଙ୍କ ଅନୁକୂଳ ସ୍ଥିତି ଯୋଗୁ ଆତ୍ମବିଶ୍ୱାସ ବଢ଼ିପାରେ।
କର୍କଟ ରାଶି ପାଇଁ ମଧ୍ୟ ଜନ୍ମାଷ୍ଟମୀ ଦିନଟି ଶୁଭ ରହିପାରେ। ଏହି ଦିନ ରାଶିର ସ୍ବାମୀ ଚନ୍ଦ୍ର ବୃଷଭ ରାଶିରେ ଉଚ୍ଚ ସ୍ଥିତିରେ ରହିବେ। ସେହିପରି ଗୁରୁ ମଧ୍ୟ କର୍କଟ ରାଶିରେ ଉଚ୍ଚ ସ୍ଥିତିରେ ରହିବେ। ଏହାର ପ୍ରଭାବରେ ପାରିବାରିକ ଜୀବନରେ ସୁଖ ଓ ସମୃଦ୍ଧି ଆସିପାରେ। ପରିବାର ସଦସ୍ୟଙ୍କ ସହ ଭଲ ସମୟ ବିତାଇବାର ସୁଯୋଗ ମିଳିପାରେ। ଚାକିରିଆମାନଙ୍କ କାମକୁ ବରିଷ୍ଠ ଅଧିକାରୀ ପ୍ରଶଂସା କରିପାରନ୍ତି। ଛାତ୍ରୀଛାତ୍ରଙ୍କ ଏକାଗ୍ରତା ବଢ଼ିବା ସହ ପାଠପଢ଼ାରେ ଭଲ ପ୍ରଦର୍ଶନ କରିପାରନ୍ତି।
ଜନ୍ମାଷ୍ଟମୀ ଦିନ ତୁଳା ରାଶିର ସ୍ବାମୀ ଶୁକ୍ର ନିଜ ରାଶିରେ ଅବସ୍ଥାନ କରିବେ। ଏହାସହ ଗୁରୁ କର୍ମ ଭାବରେ ଉଚ୍ଚ ସ୍ଥିତିରେ ରହିବେ। ଗ୍ରହଙ୍କ ଏହି ସ୍ଥିତି ଆପଣଙ୍କ ସାହସ ଓ ପରାକ୍ରମ ବଢ଼ାଇପାରେ। ଏହାର ଶୁଭ ପ୍ରଭାବ କର୍ମକ୍ଷେତ୍ରରେ ଦେଖିବାକୁ ମିଳିପାରେ। ଆପଣଙ୍କ କାମ କରିବାର ଗତିରେ ବରିଷ୍ଠ ଅଧିକାରୀ ଖୁସି ହୋଇପାରନ୍ତି। ଭାଗିଦାରୀରେ ବ୍ୟବସାୟ କରୁଥିବା ଲୋକଙ୍କୁ ଲାଭ ମିଳିପାରେ। ପାରିବାରିକ ଓ ଦାମ୍ପତ୍ୟ ଜୀବନରେ ମଧ୍ୟ ଅନୁକୂଳ ପରିସ୍ଥିତି ରହିପାରେ।
ମୀନ ରାଶି ପାଇଁ ମଧ୍ୟ ଜନ୍ମାଷ୍ଟମୀ ଦିନଟି ଭଲ ରହିପାରେ। ରାଶିର ସ୍ବାମୀ ଗୁରୁ ଉଚ୍ଚ ସ୍ଥିତିରେ ରହିବା ଏବଂ ଚନ୍ଦ୍ର ତୃତୀୟ ଭାବରେ ରହିବା ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିପାରେ। ଅଧୁରା ରହିଥିବା କାମ ପୂରଣ ହୋଇପାରେ। କିଛି ଲୋକଙ୍କୁ ଭଲ ଖବର ମିଳିବାର ଯୋଗ ମଧ୍ୟ ରହିଛି। ଦାମ୍ପତ୍ୟ ଜୀବନରେ ପୁଣି ସନ୍ତୁଳନ ଫେରିପାରେ ଏବଂ ଜୀବନସାଥୀଙ୍କ ସହ ଭଲ ସମୟ ବିତାଇପାରନ୍ତି। ଏହି ରାଶିର ଛାତ୍ରୀଛାତ୍ର ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ପାଇପାରନ୍ତି।