୫-ଟି ରୂପାନ୍ତରଣରେ ଝଲସିଲା ଜଙ୍କିଆ ଭଗବତ ଦେବ ବିଦ୍ୟାପୀଠ

ନିରାକାରପୁର,୬ା୫(ଡି.ଏନ୍‌.ଏ.): ଶନିବାର ଓଡ଼ିଶାରେ ୩୨୩ଟି ହାଇସ୍କୁଲର ୫-ଟି ରୂପାନ୍ତରଣରେ ସାମିଲ ହୋଇଥିବା ବେଳେ ଖୋର୍ଦ୍ଧା ଜିଲାର ୬୨ଟି ସ୍କୁଲ ଏହି ଯୋଜନାରେ ସାମିଲ ହୋଇ ଉଦ୍‌ଘାଟିତ ହୋଇଛି। ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ଜଙ୍କିଆ ପଞ୍ଚାୟତ ଭଗବତ ଦେବ ବିଦ୍ୟାପୀଠ ମଧ୍ୟ ଆଜି ଉଦଘାଟିତ ହୋଇଥିବା ବେଳେ ଛାତ୍ରୀଛାତ୍ର ଉଦ୍‌ଘାଟନର ସିଧା ପ୍ରସାରଣ ଦେଖିଥିଲେ। ଏହି ଅବସରରେ ଜଙ୍କିିଆ ହାଇସ୍କୁଲରେ ଏକ ସ୍ବତନ୍ତ୍ର ଉତ୍ସବର ଆୟୋଜନ ହୋଇଥିଲା। ଅନୁଷ୍ଠିତ ସଭାରେ ପ୍ରଧାନଶିକ୍ଷୟିତ୍ରୀ ସୁପ୍ରଭା ପଟ୍ଟନାୟକ ସଭାପତିତ୍ୱ କରିଥିଲେ। ଅତିଥି ଭାବେ ଖୋର୍ଦ୍ଧା ବ୍ଲକ ଉପାଧ୍ୟକ୍ଷ ପ୍ରକାଶ କୁମାର ସାମନ୍ତରାୟ,ସ୍କୁଲ କମିଟି ସଭାପତି ନରେନ୍ଦ୍ର କୁମାର ରାଉତରାୟ, ମୋ’ ସ୍କୁଲ ସଭାପତି ବିଶ୍ବଭୂଷଣ ଛୋଟରାୟ, ସରପଞ୍ଚ ପଙ୍କୋଜିନୀ ବଳବନ୍ତରାୟ, ସମିତିସଭ୍ୟ ଈଶ୍ୱର ଚନ୍ଦ୍ର ମାର୍ଥା, ଶିକ୍ଷାବିତ୍‌ କେଳୁ ଚରଣ ମହାରଣା, ସୁରେନ୍ଦ୍ରନାଥ ଜେନା,ପୂର୍ବତନ ପ୍ରଧାନ ଶିକ୍ଷକ ବସନ୍ତ କୁମାର ସ୍ବାଇଁ , ପୂର୍ବତନ ସମିତି ସଭ୍ୟ କୃଷ୍ଣଚନ୍ଦ୍ର ନରେନ୍ଦ୍ର, ଦାଶରଥି ବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ କମଳେଶ ମହାରଣା ପରିଚାଳନା କରିଥିଲେ। ଛାତ୍ରୀଛାତ୍ର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ମନ୍ମଥ ନାୟକ, ଶିକ୍ଷୟିତ୍ରୀ ସଂଯୁକ୍ତା ଚମ୍ପତିରାୟ, ଜ୍ୟୋତ୍ସ୍ନାରାଣୀ ମିଶ୍ର, ଉମାରଣୀ ପଣ୍ଡା, ଶର୍ମିଲା ବିଶ୍ୱାଳ, ସୁମିତ୍ରା ରାଉତରାୟ, ସୁଲୋଚନା ଦାସ, ଶ୍ରଦ୍ଧାଞ୍ଜଳି ବଳବନ୍ତରାୟ, ନିରୂପମା ପାଲଟାସିଂହ, ସ୍ବାଗତିକା ସାହୁ, ଅନସୂୟା କଅଁର, ଶୁଭଲକ୍ଷ୍ମୀ ରାଉତରାୟ ଓ ପରମା ରଇତ ପ୍ରମୁଖ ସହଯୋଗ କରିଥିଲେ।