ପ୍ରେମିକଙ୍କ ସହ ଅର୍ଜୁନ କପୁରଙ୍କ ଘରକୁ ଗଲେ ଜାହ୍ନବୀ

ମୁମ୍ବାଇ: ଅର୍ଜୁନ କପୁର ତାଙ୍କ ବାସଭବନରେ ତାଙ୍କ ନିକଟ ସମ୍ପର୍କୀୟ ପାଇଁ ଏକ ଭୋଜିର ଆୟୋଜନ କରିଥିବା ବେଳେ ଗର୍ଲଫ୍ରେଣ୍ଡ ମଲାଇକା ଆରୋରା ବାକୁରେ ଛୁଟି ମନାଉଛନ୍ତି। ଅର୍ଜୁନଙ୍କ ଘରକୁ ଭଉଣୀ ଜାହ୍ନବୀ କପୁର, ତାଙ୍କ ପ୍ରେମିକ ଶିଖର ପହାଡ଼ିଆ, ଅଭିନେତା ବରୁଣ ଧାଓ୍ବନ ଏବଂ ତାଙ୍କ ସ୍ତ୍ରୀ ନତାଶା ମଧ୍ୟ ସାମିଲ ଥିଲେ। ଜାହ୍ନବୀ ଏବଂ ଶିଖର ଗୋଟିଏ କାରରେ ଯାଉଥିବାର ନଜର ଆସିଥିଲେ।

 

ଏହି ସମୟରେ ଜାହ୍ନବୀ ଫଟୋଗ୍ରାଫରଙ୍କୁ ଦେଖି ଅଣଦେଖା କରୁଥିବା ଦେଖିବାକୁ ମିଳିଛି। ଜଣେ ଫଟୋଗ୍ରାଫର ତାଙ୍କ ଇନଷ୍ଟାଗ୍ରାମରେ ଏହି ଫଟୋ ପୋଷ୍ଟ କରିଛନ୍ତି। ଏହା ଜାହ୍ନବୀଙ୍କୁ ଏକ ଛୋଟ ଧଳା ଡ୍ରେସ୍‌ରେ ଦେଖିବାକୁ ମିଳିଥିବା ବେଳେ ଶିଖର ମଧ୍ୟ ଏକ ଧଳା ଶର୍ଟରେ ନଜର ଆସିଛନ୍ତି।

Share