ପରିବାର ସହ ଫିଲ୍ମ କରିବାକୁ ଚାହୁଁଛନ୍ତି ଜାହ୍ନବୀ, ନାଁ ରଖିବେ ନେପୋଟିଜମ

ମୁମ୍ବାଇ: ନିର୍ଦ୍ଦେଶକ ବୋନି କପୁର ଓ ଅଭିନେତ୍ରୀ ଶ୍ରୀଦେବିଙ୍କ ଝିଅ ତଥା ବଲିଉଡର ନବାଗତା ନାୟିକା ଜାହ୍ନବି କପୁର ନିଜ ପରିବାର ସହ ଏକ ଚଳଚ୍ଚିତ୍ର କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।
ଏବେ ଜାହ୍ନବୀ ତାଙ୍କ ଅପକମିଂ ଫିଲ୍ମର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ଖୁବଶୀଘ୍ର ସେ ଗୁଡ ଲକ ଜେରୀରେ ନଜର ଆସିବାକୁ ଯାଉଛନ୍ତି । ଏଥିରେ ସେ ଏକ ଭିନ୍ନ କ୍ୟାରେକ୍ଟରରେ ନଜର ଆସିବେ । ନିକଟରେ ଏହାର ପ୍ରମୋଶନରେ ବ୍ୟସ୍ତଥିବା ଜାହ୍ନବୀ କହିଛନ୍ତି ଯେ କିଛି ଦିନ ହେବ ସେ ତାଙ୍କ ପରିବାର ସହ ଟାଇମ ସ୍ପେଣ୍ଡ କରିପାରି ନାହାନ୍ତି । ଏହାର ଆଉ ଏକ କାରଣ ହେଉଛି ସେ ନିଜ ଫିଲ୍ମର ପ୍ରମୋଶନରେ ବ୍ୟସ୍ତ ଥିବା ବେଳେ ପିତା ତାଙ୍କ ନିର୍ଦ୍ଦେଶନା କ୍ଷେତ୍ରରେ ବ୍ୟସ୍ତ ଅଛନ୍ତି । ଏପଟେ ଅଭିନେତା ଭାଇ ଅର୍ଜୁନ କପୁର ତାଙ୍କ କାମରେ ବ୍ୟସ୍ତ ଥିବା ବେଳେ ଭଉଣି ଖୁସି କପୁର ତାଙ୍କ ଡେବ୍ୟୁ ଫିଲ୍ମ ପାଇଁ ବି ବ୍ୟସ୍ତ ରହିଛନ୍ତି । ଏମିତି ପରିସ୍ଥିତିରେ ଜାହ୍ନବୀ ଇଚ୍ଛା ପ୍ରକାଶ କରିଛନ୍ତି ନିଜ ପରିବାର ସହ ଏକ ଫିଲ୍ମ କରିବାକୁ ଆଉ ଯାହାର ନାଁ ରହିବ ନେପୋଟଜିମ । ତେବେ ପରିବାର ଏକାଠି ନ ହୋଇ ପାରୁଥିବାରୁ ସେ ଏମିତି ଏକ ଚିନ୍ତା କରିଥିବା ମଜାରେ କହିଛନ୍ତି । ଅନ୍ୟପଟେ ଭାଇ ଅର୍ଜୁନ କପୁରଙ୍କ୍ ସହ କାମ କରିବାକୁ ଜାହ୍ନବୀ ଇଚ୍ଛା ରଖିଥିବା ସାକ୍ଷାତକାରରେ କହିଛନ୍ତି ।

Share