ବିଜୟଙ୍କୁ ବିବାହିତ କହିଲେ ଜାହ୍ନବୀ!

ବମ୍ବେ: କହୁ କହୁ ବଡ଼ କଥା କହିଦେଲେ ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁର। ଏକଦା ନିଜର କ୍ରସ ବୋଲି ସେ ସାଉଥ୍‌ ସୁପରଷ୍ଟାର ବିଜୟ ଦେବରକୋଣ୍ଡାଙ୍କ ନାମ ନେଇଥିଲେ। ହେଲେ ଏବେ ସ୍ବୟମ୍ବର କଥା ପଡ଼ୁ ପଡ଼ୁ ତାଙ୍କୁ ବିବାହିତ ବୋଲି କହି ସେ ଚର୍ଚ୍ଚାରେ।

‘ମିଲି’ ଫିଲ୍ମର ପ୍ରମୋଶନ ବେଳେ ଜାହ୍ନବୀ କିଛି ର଼୍ୟାପିଡ୍‌ ଫାୟାର ପ୍ରଶ୍ନର ଉତ୍ତର ଦେଇଥିଲେ। ଏଥିରୁ ଗୋଟିଏ ପ୍ରଶ୍ନ ଥିଲା ତାଙ୍କ ସ୍ବୟଂମ୍ବର ଯଦି ହୁଏ ତେବେ କିଏ ପ୍ରତିଯୋଗୀ ହୁଅନ୍ତୁ ବୋଲି ଦେଖିବାକୁ ଚାହିଁବେ। ଜବାବରେ ଜାହ୍ନବୀ ହ୍ରିତିକ ରୋଶନ, ରଣବୀର କପୁର, ଟାଇଗର ଶ୍ରଫଙ୍କ ନାଁ ନେଇଥିଲେ। ପରେ ରଣବୀର ବିବାହ କରିଥିବାରୁ କେବଳ ଟାଇଗରଙ୍କ ନାମ ନେଇଥିଲେ। ଏହାପରେ ସେଠାରେ ଉପସ୍ଥିତ ଲୋକେ ବିଜୟଙ୍କ ନାଁ ନେଇଥିଲେ। ଏହାଶୁଣି ଜାହ୍ନବୀ ତାଙ୍କୁ ‘ପ୍ରାକ୍ଟିକାଲି ମ୍ୟାରେଡ୍‌’ ବୋଲି କହିଥିଲେ। ଏହି ଜବାବ ଏବେ ଖବର ଶିରୋନାମା ପାଲଟିଛି।

କହିରଖୁଛୁ, ରଶ୍ମିକା ମନ୍ଦାନାଙ୍କ ସହ ବିଜୟ ଦେବରକୋଣ୍ଡାଙ୍କ ସମ୍ପର୍କକୁ ନେଇ ଅନେକ କିଛି ଶୁଣିବାକୁ ମିଳୁଛି। ଉଭୟ ପ୍ରେମରେ ଥିବା କୁହାଯାଉଥିବା ବେଳେ ଏକାଠି ବୁଲିବାକୁ ଯାଉଛନ୍ତି। ନିକଟରେ ଉଭୟ ମାଳଦ୍ୱିପ ଯାଇ ଛୁଟି ବିତାଇ ଆସିଥିଲେ।

Share