ଇ-ରିକ୍ସା ଚଲାଇଲେ ଜାହ୍ନବୀ!

ମୁମ୍ବାଇ: ନିଜର କ୍ୟୁଟ ନେସ୍ ପାଇଁ ସମସ୍ତଙ୍କ ଦିଲ୍ ଜିତିଥିବା ବଲିଉଡ୍ ନାୟିକା ଜାହ୍ନବୀ କପୁର ଏବେ ପୁଣିଥରେ ଆସିଛନ୍ତି ଚର୍ଚ୍ଚାକୁ । ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ରହୁଥିବା ଜାହ୍ନବି ଏବେ କିଛି ଭିଡିଓ ଓ ଫଟୋ ଶେୟାର କରି ସମସ୍ତଙ୍କ ମନ ଜିତିଛନ୍ତି । ଏବେ ନର୍ଥ ଇଣ୍ଡିଆରେ ସେ ଫିଲ୍ମ ‘ଗୁଡ ଲକ ଜେରି’ର ଶୁଟିଂରେ ବ୍ୟସ୍ତ ଅଛନ୍ତି । ଏହାକୁ ନେଇ ବିଭିନ୍ନ ସମୟର ସେ ସୋସିଆଲ ମିଡିଆରେ ଶୁଟିଂ ସେଟର ଫଟୋ ଓ ଭିଡିଓ ଶେୟାର କରୁଥିବା ଦେଖାଯାଇଛି । ଆନନ୍ଦ ଏଲ୍ ରୟଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ଶୁଟିଂ ସେଟରେ ମଜା କରୁଥିବା ବେଳେ ଏବେ ଜାହ୍ନବୀ ଯେଉଁ ଭିଡିଓ ଶେୟାର କରିଛନ୍ତି ସେଥିରେ ସେ ଇ-ରିକ୍ସା ଚଳାଉଥିବା ଦେଖାଯାଇଛି । ଆଉ ଏହି ରିକ୍ସାର ପଛ ସିଟରେ କେତେଜଣ ଟିମ୍ ମେମ୍ବର ବସିଛନ୍ତି । ହେଲେ ତାଙ୍କ ମଧ୍ୟରୁ କେହି କହୁଛନ୍ତି ବାସ୍ ବାସ୍ ଆଗକୁ ଆଉ ବାଟ ନାହିଁ ଏହିଠାରୁ ବୁଲିବାକୁ ପଡିବ । ହେଲେ ଜାହ୍ନବୀ କହୁଛନ୍ତି ଆଗକୁ ଯିବାକୁ ପଡିବ ଆଉ ଅଟୋରେ ଥିବା ସମସ୍ତ ଲୋକ କହୁଛନ୍ତି ଆମକୁ ବଞ୍ଚାନ୍ତୁ । ଏହାକୁ ଶେୟାର କରି ଜାହ୍ନବୀ ଲେଖିଛନ୍ତି ଫିଲ୍ମ ଶୁଟିଂ କରି ମଜା ଲାଗୁଛି । ଜାହ୍ନବୀଙ୍କ ଏହି ମଜାଦାର ଭିଡିଓ ତାଙ୍କ ପ୍ରଶଂସକଙ୍କୁ ବେଶ୍ ପସନ୍ଦ ଆସିଛି । କେହି କେହି ଏଥିରେ ତାଙ୍କ ରୂପର ପ୍ରଶଂସା କରିଛନ୍ତି ତ ପୁଣି କିଏ ତାଙ୍କ ମଜାଳିଆ ଓ ପିଲାଳିଆମି ଅନ୍ଦାଜକୁ ପସନ୍ଦ କରିଛନ୍ତି ।

Share