ସତ ହେଉଛି ଶ୍ରୀଦେବୀଙ୍କ ଭବିଷ୍ୟବାଣୀ!

ମୁମ୍ବାଇ: ନିକଟରେ ରିଲିଜ୍ ହୋଇଛି ଜାହ୍ନବୀ କପୁରଙ୍କ ଅଭିନୀତ ଫିଲ୍ମ ‘ଗୁଡ ଲକ ଜେରୀ’ । ଦର୍ଶକଙ୍କ ପକ୍ଷରୁ ଏହାକୁ ପଜିଟିଭ ରେସପନ୍ସ ମିଳୁଛି । ଏବେ ତାଙ୍କ ପ୍ରଶଂସକ ଜାହ୍ନବୀଙ୍କ ଅଭିନୀତ ଅପକମିଂ ଫିଲ୍ମକୁ ଅପେକ୍ଷା ରଖିଛନ୍ତି । ଏହାରି ଭିତରେ ଜାହ୍ନବୀ ଦେଇଥିବା ଏକ ବୟାନ ଯୋଗୁ ଆସିଯାଇଛନ୍ତି ଚର୍ଚ୍ଚାକୁ । ବୟାନ ହେଉଛି କେମିତି ତାଙ୍କ ମା’ ତଥା ବଲିଉଡ୍‌ର ଆଗଧାଡିର ନାୟିକା ଶ୍ରୀଦେବୀ ଜାହ୍ନବୀଙ୍କୁ ନେଇ ଭବିଷ୍ୟବାଣୀ କରିଥିଲେ, ଯାହା ଏବେ ସତ ହେଉଛି । ମାଆଙ୍କ ଭବିଷ୍ୟବାଣୀ ତାଙ୍କୁ କ୍ୟାରିୟରରେ ସଫଳ କରିବାକୁ ଯେମିତି ଚାପ ପକାଉଛି ।
ଜାହ୍ନବୀ କହିଛନ୍ତି, ମାଆ ମୋତେ କହିଥିଲେ , ତୁ ଭୁଲି ଯାଉଛୁ, ତୋତେ ବହୁତ ଆଘାତ ଲାଗୁଛି । ବଲିଉଡ ଇଣ୍ଡଷ୍ଟ୍ରିରେ ବଞ୍ଚିବାକୁ ହେଲେ ତୋତେ ଭିନ୍ନ ଭାବେ କଠୋର ହେବାକୁ ପଡିବ । ଆଉ ମୁଁ ଚାହୁଁନି ତୁ ସେମିତି ଜୀବନ ବଞ୍ଚିବାକୁ । ମା’ ମୋ ପାଇଁ ପ୍ରୋଟେକଟିଭ ଥିଲେ । ସେ କହୁଥିଲେ ଦର୍ଶକେ ମୋର ୩୦୦ ଫିଲ୍ମର ତୁଳନା ତୋର ପ୍ରଥମ ଫିଲ୍ମ ସହ କରିବେ । ତୁ କେମିତି ଆଗକୁ ବଢିବୁ? ମୁଁ ଜାଣିଥିଲି ଏହା ବହୁତ କଠିନ ରାସ୍ତା । ଆଉ ଏହାବି ମୁଁ ଜାଣିଥିଲି ଯଦି ମୁଁ ଏହା ନ କରିବି ତେବେ ମୁ ଜୀବନ ସାରା ଦୁଃଖି ରହିଯିବି ।
ଏହାପରେ ଜାହ୍ନବୀଙ୍କୁ ପ୍ରଶ୍ନ କରାଯାଇଛି କି, ସତରେ କ’ଣ ଲାକେ ଶ୍ରୀଦେବୀଙ୍କ ୩୦୦ଫିଲ୍ମ ସହ ତାଙ୍କ ଫିଲ୍ମର ତୁଳନା କରିଛନ୍ତି । ଉତ୍ତରରେ ଜାହ୍ନବୀ କହିଛନ୍ତି ହଁ, ମୋର ପ୍ରଥମ ୪ଟି ଫିଲ୍ମକୁ ମାଆଙ୍କର ୩୦୦ ଫିଲ୍ମ ସହ ତୁଳନା କରାଯାଇଛି । ହେଲେ ମୁଁ ଏମିତି ହାରିବା ଜାଣିନି । ଯେମିତି ହେଉ ମାଆଙ୍କ ନାଁ ରଖିବି ବାଲି କହିଛନ୍ତି ଜାହ୍ନବୀ ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri