ବୟଫ୍ରେଣ୍ଡଙ୍କ ସହ ଗ୍ରୀଷ୍ମ ଛୁଟି କାଟିବାକୁ ବାହାରିଲେ ଜାହ୍ନବୀ

ମୁମ୍ବାଇ: ମୁମ୍ବାଇ ବିମାନବନ୍ଦରରେ ଜାହ୍ନବୀ କପୁର ଏବଂ ତାଙ୍କ ବୟଫ୍ରେଣ୍ଡ ଶେଖର ପହାଡିଆଙ୍କୁ ଦେଖିବାକୁ ମିଳିଥିଲା। ଦୁହେଁ ଏକାଠି ଗ୍ରୀଷ୍ମ ଛୁଟି କାଟିବାକୁ ରବିବାର ସକାଳେ ମୁମ୍ବାଇ ଛାଡ଼ିଥିବାର ନଜର ଆସିଥିଲେ।

ମୁମ୍ବାଇରେ ପ୍ରବଳ ଗରମ ହେଉଥିବାରୁ ଜାହ୍ନବୀ ଏକ ଓଭରସାଇଜ୍‌ ବ୍ଲେଜର ସୁଟ୍‌ ପିନ୍ଧିଥିବା ଦେଖିବାକୁ ମିଳିଥିବା ବେଳେ ଶେଖରଙ୍କୁ କାଜୁଆଲ ଲୁକ୍‌ରେ ଦେଖିବାକୁ ମିଳିଥିଲା।

ଏହି ମାସ ଆରମ୍ଭରେ ଉଭୟଙ୍କୁ ତିରୁପତି ବାଲାଜୀ ମନ୍ଦିରରେ ବି ଦେଖିବାକୁ ମିଳିଥିଲା। ଉଭୟ ଦର୍ଶନ ପାଇବା ପାଇଁ ତିରୁମାଲାରେ ପହଞ୍ଚିଥିଲେ। ଶେଖରଙ୍କ ଜନ୍ମଦିନରେ ଦୁଇଜଣ ପ୍ରଭୁ ବାଲାଜୀଙ୍କୁ ପ୍ରାର୍ଥନା କରିଥିଲେ। ଏବେ ଦୁହିଁଙ୍କ ପ୍ରେମକୁ ନେଇ ବି’ ଟାଉନରେ ଖୁବ୍‌ ଚର୍ଚ୍ଚା।

ଉଲ୍ଲେଖନୀୟ କି, ଶେଖର ହେଉଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ସିନ୍ଦେଙ୍କ ନାତି।

Share