ଡ୍ୟାନ୍ସ, ଡାଏଟ୍ ଫିଟନେସ୍‌ର ସରଳ ମନ୍ତ୍ର: ଜାହ୍ନବୀ

ମୁମ୍ବାଇ: ବଲିଉଡ୍ ଷ୍ଟାର କିଡ୍ ଜାହ୍ନବୀ କପୁର ଏବେ ବିଟାଉନରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ତିଆରି କରିଛନ୍ତି । ଏହି ନବାଗତା ନାୟିକା ପ୍ରଥମରୁ ହିଁ ଦର୍ଶକଙ୍କ ଦିଲ୍ ଜିତିବାରେ ସକ୍ଷମ ହୋଇଥିଲେ । ବଲିଉଡ୍ ନାୟିକା ଶ୍ରୀଦେବୀଙ୍କ ବଡ ଝିଅ ଜାହ୍ନବୀ ମନୋରଞ୍ଜନ ଦୁନିଆରେ ପ୍ରବେଶ କରିବା ପୂର୍ବରୁ ସାମାନ୍ୟ ମୋଟା ଥିଲେ । ହେଲେ ଏବେ ସେ ଏକଦମ୍ ଫିଟ୍ । ନିଜକୁ ଫିଟ୍ ରଖିବାକୁ ସେ ତାଙ୍କ ଡାଏଟ୍ ଉପରେ କୁଆଡେ ଖୁବ୍ ଧ୍ୟାନ ଦିଅନ୍ତି । ସକାଳ ଜଳଖିଆରେ ସେ ବ୍ରାଉନ୍ ବ୍ରେଡ୍‌, ଓଟସ୍ କିମ୍ବା ଏଗ୍ ହ୍ୱାଇଟ୍ ନେଇ ଥାଆନ୍ତି । ସେମିତି ଲଞ୍ଚରେ ସେ ଘର ତିଆରି ଖାଦ୍ୟ ପସନ୍ଦ କରନ୍ତି । ଯେମିତିକି ଭାତ, ରୁଟି ଡାଲି ତରକାରି ଇତ୍ୟାଦି । ଆଉ ଡିନର ତାଙ୍କର ଖୁବ୍ ଲାଇଟ୍ । କିଛି ପରିବା ସିଝା ନଚେତ୍ ସୁପ୍ । ଆଉ ଶୋଇବାର ୩ ଘଣ୍ଟା ପୂର୍ବରୁ ସେ ଡିନର କରନ୍ତି । ତେବେ ନିଜକୁ ଫିଟ୍ ରଖିବା ପାଇଁ ସେ ୱାର୍କ ଆଉଟ୍ କରନ୍ତି । ଅନେକ ଥର ତାଙ୍କୁ ଜିମ୍ ଗେଟ୍‌ଅପରେ ସ୍ପଟ କରାଯାଇଛି । ଯେବେବି ସେ ଜିମ୍ ନ ଯାଇ ପାରନ୍ତି ତେବେ ଶୁଇମିଂ କରିବାକୁ ପସନ୍ଦ କରନ୍ତି ଜାହ୍ନବୀ । ଆଉ ଏକ ଦିଗ ହେଲା ଡ୍ୟାନ୍ସ କରିବାକୁ ସେ ଖୁବ୍ ପସନ୍ଦ କରନ୍ତି । ଏମିତିକି ତାଙ୍କ ଭଲପାଇବାକୁ ସେ ଡ୍ୟାନ୍ସ ମାଧ୍ୟମରେ ଦେଖାଇ ସାରିଛନ୍ତି । ଜାହ୍ନବୀଙ୍କ ଫିଟନେସ୍ ରାଜ ଏହି ଡ୍ୟାନ୍ସର କିଛି ଭିଡିଓ ସେ ସୋସିଆଲ ମିଡିଆରେ ଶେୟାର କରିଥିବା ଦେଖାଯାଇଛି ।

Share