ଜାହ୍ନବୀଙ୍କୁ ପ୍ରେମିକ କହିଲେ- ‘ମୁଁ କେବଳ ତୁମର’

ବମ୍ବେ: ଆଗରୁ ଲୁଚାଛପାରେ ଚାଲିଥିଲା ପ୍ରେମ। ହେଲେ ଏବେ ଖୋଲାଖୋଲି ଭାବେ ଏହାକୁ ସ୍ବୀକାର କରିଛନ୍ତି ବଲିଉଡ୍‌ ଡିଭା ଜାହ୍ନବୀ କପୁର। ଶିଖର ପହରିଆଙ୍କ ପ୍ରେମରେ ପଡ଼ିଛନ୍ତି ସେ। ପୂର୍ବରୁ ଅନେକ ଥର ଦୁହିଁଙ୍କୁ ଏକାଠି ଦେଖାଯାଇଥିଲେ ହେଁ ସମ୍ପର୍କ ଉପରେ ମୋହର ବାଜି ନ ଥିଲା। କିନ୍ତୁ ଏବେ ତାହା ହୋଇଛି।
ସମ୍ପୂର୍ଣ୍ଣ ଘଟଣାଟି ଏଭଳି। ସୋସିଆଲ ମିଡିଆରେ ଚର୍ଚ୍ଚିତ ଉରି ଏକ ଭିଡିଓ ପୋଷ୍ଟ କରିଥିଲେ। ଏଥିରେ ଶିଖର ଏବଂ ଜାହ୍ନବୀଙ୍କ କମେଣ୍ଟ ସ୍ପଷ୍ଟ କରିଛି ଯେ ଦୁହିଁଙ୍କ ଭିତରେ କିଛି ଚାଲିଛି। କହିବାକୁ ଗଲେ ପ୍ରଶଂସକଙ୍କୁ ଜାହ୍ନବୀ ଦୀପାବଳିରେ ବଡ଼ ଖବର ଜଣାଇଛନ୍ତି।
ଓରିଙ୍କ ଭିଡିଓରେ ଶିଖର ଜଣେ ଯୁବତୀଙ୍କ ସହ ନଜର ଆସିଥିଲେ। ଉକ୍ତ ଯୁବତୀ ଗୋଲାପୀ ରଙ୍ଗର ପୋଷାକ ପିନ୍ଧିଥିଲେ। ଯାହାକୁ ଦେଖି ଜାହ୍ନବୀ କମେଣ୍ଟ ଦେଇଥିଲେ ଯେ ‘ଗୋଲାପି ଝିଅଟି କିଏ?’। ଏଥିରେ କମେଣ୍ଟ ଦେଖି ଶିଖର ଲେଖିଥିଲେ ‘ମୁଁ କେବଳ ତୁମର’। ଶିଖରଙ୍କ ଏଭଳି କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ବହୁତ ଆଗକୁ ବଢ଼ିଥିବା କୁହାଯାଉଛି।
Share