ରାଣୀ, ମୁଁ କାନ୍ଦି ପାରିବି କି?

ବୋନି କପୁର ଏବଂ ଶ୍ରୀଦେବୀଙ୍କ ସାନ ଝିଅ ଖୁସି କପୁର ଖୁବ୍‌ଶୀଘ୍ର ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଥାପିବାକୁ ଯାଉଛନ୍ତି। ସୋସିଆଲ ମିଡିଆରେ ତାଙ୍କର ଅନେକ ପ୍ରଶଂସକ ଅଛନ୍ତି। ସେ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଏବଂ ଅନେକ ସମୟରେ ତାଙ୍କ ଫଟୋ ଏବଂ ଭିଡିଓ ଶେୟାର କରନ୍ତି। ନିକଟରେ ସେ କିଛି ଗ୍ଲାମରସ ଫଟୋ ଶେୟାର କରିଥିଲେ, ଯାହା ଦେଖି ତାଙ୍କ ବଡ଼ ଭଉଣୀ ତଥା ଅଭିନେତ୍ରୀ ଜାନବୀ କପୁର ଇର୍ଷାପରାୟଣ ହୋଇପଡିଛନ୍ତି। କ୍ରିପ ଶର୍ଟ ପିନ୍ଧି ଖୁସି ଗ୍ଲାମରସ ଦେଖାଯାଉଛନ୍ତି। ଜାନବୀ ଏସବୁ ଫଟୋ ଦେଖି କହିଛନ୍ତି ରାଣୀ, ମୁଁ କାନ୍ଦି ପାରିବି କି? ବଡ଼ ଭଉଣୀଙ୍କ ଏହି ମନ୍ତବ୍ୟକୁ ପ୍ରଶଂସକମାନେ ଅନେକ ପ୍ରତିକ୍ରିୟା ଦେଇଛନ୍ତି। କେହି କେହି କହୁଛନ୍ତି ଯେ ସେ ଇର୍ଷା କରୁଥିବାବେଳେ କେହି କେହି ଏହାକୁ ବଡ଼ ଭଉଣୀର ପ୍ରେମ ବୋଲି କହୁଛନ୍ତି। ଖୁସି ପ୍ରାୟତଃ ନିଜର ହଟ ଫଟୋ ଶେୟାର କରନ୍ତି। ଖୁସିଙ୍କ ଫ୍ୟାଶନ ଇନ୍ସେସ ବହୁତ ଭଲ। ଇନଷ୍ଟାଗ୍ରାମରେ ୫ ଲକ୍ଷ ୧୮ ହଜାରରୁ ଅଧିକ ଲୋକ ଖୁସିଙ୍କୁ ଫଲୋ କରନ୍ତି।

Share