ଜାହ୍ନବୀଙ୍କ ଭିନ୍ନ ଲୁକ୍‌

ମୁମ୍ବଇ:ବଲିଉଡ୍ ନାୟିକା ଜାହ୍ନବୀ କପୁର ନିଜ କ୍ୟୁଟନେସ୍ ପାଇଁ ତାଙ୍କ ଫ୍ୟାନ୍ସଙ୍କ ପାଖେ ଯେତିକି ପରିଚିତ ବେଳେ ବେଳେ ତାଙ୍କ ବୋଲ୍ଡ ଲୁକ୍ ବି ହୋସ୍ ଉଡାଇଥାଏ ୟଙ୍ଗ ଅଡିଅନ୍ସଙ୍କର । ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ଏହି ନାୟିକା ବିଶେଷ ଭାବେ ଇନଷ୍ଟାଗ୍ରାମରେ ତାଙ୍କର ଫଟୋ ଶେୟାର କରିବାକୁ ଯେମିତି ଆଦୌ ଭୁଲନ୍ତି ନାହିଁ । ନିକଟରେ ହ୍ୱାଇଟ ଆଉଟ ଫିଟ୍‌ରେ ଜାହ୍ନବୀ ଯେଉଁ ଫଟୋ ପୋଷ୍ଟ କରିଛନ୍ତି ତାହା ସମସ୍ତଙ୍କ ହୋସ୍ ଉଡାଇ ଦେଇଛି । ଏଥର ଜାହ୍ନବୀ ଡେନିମ ଜ୍ୟାକେଟ ସହ ସ୍ପୋର୍ଟସ ଇନର୍‌ରେ ନଜର ଆସିଛନ୍ତି । ଏମିତି ଡ୍ରେସରେ ସେ ଫଟୋ ପୋଜ ଦେଉଥିବା କିଛି ଫଟୋ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି । ଏହି ଫଟୋ ସହ ସେ ଏକ ହାର୍ଟ ଇମୋଜି ବି ଦେଇଛନ୍ତି । ଆଉ ଏହାକୁ ଦେଖି ତାଙ୍କ ପ୍ରଶଂସକ ଖୁବ୍ କମେଟ୍ ବି କରୁଛନ୍ତି । ଆଉ ନାୟିକାଙ୍କ ଏହି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ମାତ୍ର ଘଣ୍ଟାରେ ଏହି ଫଟୋକୁ ପାଖାପାଖି ୪ ଲକ୍ଷ ଭ୍ୟୁଜ ମିଳି ସାରିଛି । ଏହି ଫଟୋ ଦେଖି କେତେଜଣ ସେଲିବ୍ରିଟି ବି ଜାହ୍ନବୀଙ୍କର ଖୁବ୍ ପ୍ରଶଂସା କରିଛନ୍ତି । ଏବେ ଲକ୍‌ଡାଉନ ଚାଲିଥିବାରୁ ଅଭିନେତ୍ରୀ ବନ୍ଧୁ ମେଳରେ ସମୟ କାଟୁଥିବା କୁହାଯାଏ ।

Share