ପୁରୁଷ ଗେଟ୍‌ଅପ ନେବାକୁ ପଡ଼ିଥିଲା

ଷ୍ଟାର କିଡ୍‌ ଜାହ୍ନବୀ କପୁରଙ୍କ ବଲିଉଡ୍‌ କ୍ୟାରିୟର ଆରମ୍ଭ ହୋଇଥିଲା ‘ଧଡକ’ ଫିଲ୍ମରୁ। ଏବେ ତାଙ୍କ ହାତରେ ବେଶ୍‌ କେତୋଟି ଅଫର ରହିଛି। ହେଲେ ନିକଟରେ ନିଜ ପିଲାଦିନର ମଧୁର ସ୍ମୃତିକୁ ରୋମନ୍ଥନ କରି ସେ ଏକ ମଜାଦାର ଘଟଣାର ଅବତାରଣା କରିଥିଲେ। ଏ ସମ୍ପର୍କରେ ଜାହ୍ନବୀ କହନ୍ତି, ‘ଥରେ ମୋର ଜଣେ ବାନ୍ଧବୀଙ୍କୁ ଗୋଟିଏ ଘଟଣାରେ ସାହାଯ୍ୟ କରିବାର ଥାଏ। ପୁଣି ସେଥିପାଇଁ ଜଣେ ପୁଅ ପିଲାର ଆବଶ୍ୟକ ପଡିଲା। କ’ଣ କରାଯିବ ?
ଶେଷକୁ ମୁଁ କହିଲି, ତୁ ବ୍ୟସ୍ତ ହୁଅନା, ମୁଁ ଅଛି। ମୁଁ ପୁରୁଷ ଗେଟ୍‌ଅପ ନେଉଛି। ଏପରି ଗେଟଅପ ନେବା ପରେ ମୋତେ କେହି ଚିହ୍ନି ପାରିବେ ନାହିଁ। ସତକୁ ସତ ମୁଁ ପୁରୁଷ ଗେଟ୍‌ଅପରେ ଗଲା ପରେ କାମଟି ହୋଇଯାଇଥିଲା।’

Share