ମହାରାଷ୍ଟ୍ରରେ ଜନତା କର୍ଫ୍ୟୁ

ମୁମ୍ବାଇ,୧୪ା୪: ମହାରାଷ୍ଟ୍ରରେ କରୋନା ଭୂତାଣୁର ଉଗ୍ରରୂପକୁ ଦେଖି ‘ଜନତା କର୍ଫ୍ୟୁ’ ଜାରି କରିଛନ୍ତି ଉଦ୍ଧବ ସରକାର। ମଙ୍ଗଳବାର ୬୦,୨୧୨ ସଂକ୍ରମିତ ହୋଇଥିବାବେଳେ ୨୮୧ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ କେତେକ ନୂଆ କଟକଣା ଘୋଷଣା କରିଛନ୍ତି।
ମୁଖ୍ୟମନ୍ତ୍ରୀ ଉଦ୍ଧବ ମାରାଥନ୍‌ ବୈଠକ ପରେ ମଙ୍ଗଳବାର ମହାରାଷ୍ଟ୍ରବାସୀଙ୍କୁ ସୋସିଆଲ ମିଡିଆ ଜରିଆରେ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, ଏପ୍ରିଲ ୧୪ ରାତି ୮ଟାରୁ ମେ’୧ ସକାଳ ୭ଟା ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଆପରାଧିକ ଦଣ୍ଡ ସଂହିତା (ସିଆର୍‌ପିସି)ର ୧୪୪ ଧାରା ଜାରି କରାଯିବ। ସବୁଠି ଲକ୍‌ଡାଉନ୍‌ ଭଳି କଟକଣା ରହିବ। ଅଣଜରୁରୀ ଯାତ୍ରା ଉପରେ ମଧ୍ୟ ୧୫ ଦିନ ଧରି ଅଙ୍କୁଶ ରହିବ। ସମସ୍ତ ଅନୁଷ୍ଠାନ, ସର୍ବସାଧାରଣ ସ୍ଥାନ, ବନ୍ଦ ରହିବ। ସବୁ ଶିଳ୍ପ, କଳକାରଖାନା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ରହିବ। ପୂର୍ବାହ୍ନ ୭ଟାରୁ ରାତି ୮ଟା ପର୍ଯ୍ୟନ୍ତ ରାସ୍ତାକଡ଼ରେ ବିକାଳି ଜିନିଷପତ୍ର ବିକ୍ରି କରିପାରିବେ। କିନ୍ତୁ ସେଠାରେ ସେମାନେ କିଛି ଖାଇପାରିବେ ନାହିଁ। ଶ୍ରମିକଙ୍କ ପାଇଁ ଓ ଜରୁରୀ ସେବା ଲାଗି ସାଧାରଣ ପରିବହନ ଚାଲୁରହିବ। ଏସବୁ କଟକଣା ସତ୍ତ୍ୱେ ଏହା ଲକ୍‌ଡାଉନ୍‌ ନୁହେଁ ବୋଲି ଉଦ୍ଧବ ସ୍ପଷ୍ଟ କରିଛନ୍ତି। ମହାରାଷ୍ଟ୍ରରେ ଅକ୍ସିଜେନ ଓ ବେଡ୍‌ ଅଭାବ ରହିଛି। ରେମ୍‌ଡେସିଭିର ଚାହିଦା ମଧ୍ୟ ବଢ଼ୁଛି। କେନ୍ଦ୍ର ସରକାର ରାଜ୍ୟର କରୋନା ରୋଗୀମାନଙ୍କୁ ଅକ୍ସିଜେନ୍‌ ଯୋଗାଇଦେବା ପାଇଁ ଭାରତୀୟ ବାୟୁସେନାର ସହାୟତା ନେବା ଉଚିତ। ରାଜ୍ୟ ସରକାର ଆସନ୍ତା ମାସେ ପାଇଁ ପ୍ରତ୍ୟେକ ଗରିବ ଓ ଅଭାବୀ ବ୍ୟକ୍ତିଙ୍କୁ ୩ କେ.ଜି. ଗହମ ଏବଂ ୨ କେ.ଜି. ଚାଉଳ ମାଗଣାରେ ଯୋଗାଇଦେବେ ବୋଲି ଉଦ୍ଧବ ଘୋଷଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତ ରୁଷରୁ ତେଲ କିଣିବ ନାହିଁ’, ଆମେରିକା ଦାବିର କଡ଼ା ଜବାବ ଦେଲେ ଏସ ଜୟଶଙ୍କର

କଲମ୍ବୋ,୧୫।୨: ରୁଷିଆରୁ ତେଲ ଆମଦାନୀକୁ ନେଇ ଆମେରିକା ଏବଂ ଭାରତ ମଧ୍ୟରେ ପୁଣି ଥରେ କୂଟନୈତିକ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ଜର୍ମାନୀରେ ଅନୁଷ୍ଠିତ ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀରେ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri