Categories: ଜାତୀୟ

ଜମ୍ମୁ ଶାନ୍ତି ସମ୍ମିଳନୀରେ ରାଜ ବବର କହିଲେ ଆମେ ଜି ୨୩ ନୁହେଁ ଗାନ୍ଧୀ ୨୩

ଜମ୍ମୁ,୨୭ ।୨: ଜମ୍ମୁରେ ଆୟୋଜିତ ଶାନ୍ତି ସମ୍ମିଳନୀରେ ଯୋଗ ଦେଇଥବା କଂଗ୍ରେସ ନେତା ରାଜ ବବର କହିଛନ୍ତି ଆମକୁ ଜି-୨୩ କହୁଛନ୍ତି ହେଲେ ମୁଁ କହୁଛି ଆମେ ଗାନ୍ଧୀ ୨୩ । ମହାତ୍ମା ଗାନ୍ଧୀଙ୍କ ବିଶ୍ୱାସ, ସଂକଳ୍ପ ଓ ଚିନ୍ତାଧାରା ସହ ଏହି ଦେଶର ଆଇନ ଓ ସମ୍ବିଧାନ ପ୍ରସ୍ତୁତ କରାଯାଇଛି । ଆଗକୁ ବଢାଇବାକୁ କଂଗ୍ରେସ ମଜଭୁତ ଭାବେ ଛିଡା ହୋଇଛି । ତେବେ ଜି-୨୩କୁ ନେଇ ରାଜ ବବର କହିଛନ୍ତି ଏହା କଂଗ୍ରେସକୁ ମଜଭୁତ କରି ଦେଖାଇବାକୁ ଚାହିଁଛି ଆଉ ଆମେ ଏହାରି ଉପରେ କାମ କରୁଛୁ । ଏହା ପରେ ମଞ୍ଚ ଉପରକୁ ଆସିଥିଲେ ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ । ସେ ଗୁଲାମ ନବୀ ଆଜାଦଙ୍କ ପ୍ରଶଂସା କରି କହିଥିଲେ ଆଜାଦ ଜଣେ ଅନୁଭବି ନେତା । ହେଲେ ମୁଁ ବୁଝି ପାରୁନି ଆଜି ପର୍ଯ୍ୟନ୍ତ କଂଗ୍ରେସ ତାଙ୍କ ଅନୁଭବର ଲାଭ କାହିଁକି ଉଠାଉ ନ ଥିଲା । ଏହି ଅବସରରେ ବରିଷ୍ଠ କଂଗ୍ରେସ ନେତା ତଥା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ ଶାନ୍ତି ସମ୍ମିଳନରେ ଯୋଗ ଦେଇ ଜି ୨୩ ଉପରେ କିଛି ନ କହିଥିବା ବେଳେ କେନ୍ଦ୍ର ସରକାରଙ୍କ ଭୁଲ ନୀତି ସମ୍ପର୍କରେ ସୂଚନା ଦେଇଥିଲେ ।

Share