Categories: ଜାତୀୟ

ବିଳମ୍ବିତ ରାତିରେ ଜମ୍ମୁ କ୍ୟାମ୍ପରେ ଶରଣ ନେଲେ କଶ୍ମୀରୀ ପଣ୍ଡିତ, କର୍ମଚାରୀ

ଜମ୍ମୁ,୩ ।୬: ଜମ୍ମୁ-କଶ୍ମୀରରେ ଟାର୍ଗେଟ କିଲିଂ ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟି ଯାଇଛି । ୧୨ ଘଣ୍ଟା ମଧ୍ୟରେ ଆତଙ୍କବାଦୀମାନେ ୨ ମୁଣ୍ଡ ଗଡାଇଲେଣି । ଏମାନେ କଶ୍ମୀର ବାସିନ୍ଦା ନ ହୋଇଥିଲେ ବି ଏବେ ଏହି ଟାର୍ଗେଟ କିଲିଂକୁ ନେଇ ଭୟ କରୁଛନ୍ତ କଶ୍ମୀରୀ ପଣ୍ଡିତ ଓ ସେଠାକାର କର୍ମଚାରୀ । ଆତଙ୍କବାଦୀଙ୍କ ଟାର୍କେଟରେ ଜଣେ ବିହାର ବାସିନ୍ଦାଙ୍କ ପ୍ରାଣ ଯାଇଥିବା ବଳେ ଆଉ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କୁ ହତ୍ୟା କରିବା ଘଟଣା ମନରେ ଭୟ ସୃଷ୍ଟି କରିଛି ।
ଏହାକୁ ଦେଖିବା ପରେ ପୁଣି ଲୋକେ ଗାଁ ଛାଡି ଚାଲି ଯାଉଥବା ଦେଖାଯାଇଛି । ଗୁରୁବାର ବିଳମ୍ବିତ ରାତିରେ କଶ୍ମୀର ଘାଟି ଛାଡି କେତେଜଣ କର୍ମଚାରୀ ଜମ୍ମୁ କ୍ୟାମ୍ପରେ ଶରଣ ନେଇଥିବା ଜଣାପଡିଛି । ଏହା ସହ ଜମ୍ମୁ-କଶ୍ମୀରର ପଣ୍ଡିତ ଓ ସରକାରୀ କର୍ମଚାରୀ ସରକାରଙ୍କ ନିକଟରେ ସୁରକ୍ଷା ଦାବି କରିଛନ୍ତି ।

Share