Categories: ଜାତୀୟ

ଏସ୍‌ପିଓଙ୍କୁ ଗୁଳି ମାରିଲେ ଆତଙ୍କବାଦୀ

ଶ୍ରୀନଗର,୧୩।୫:ଜମ୍ମୁ-କଶ୍ମୀରରେ ପୁଣି ଆତଙ୍କବାଦୀ ଘଟଣା ବଢିବାରେ ଲାଗିଛି। ଗତକାଲି କଶ୍ମୀର ପଣ୍ଡିତ ରାହୁଲ ଭଟ୍ଟଙ୍କ ହତ୍ୟା ପରେ ଆତଙ୍କବାଦୀମାନେ ଶୁକ୍ରବାର ପୋଲିସ କନଷ୍ଟେବଳ ରିୟାଜ ଅହମ୍ମଦ ଠୋକରଙ୍କୁ ଗୁଳି ଚଳାଇ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇଛନ୍ତି। ଆତଙ୍କବାଦୀମାନେ ରିୟାଜଙ୍କ ଘରେ ଏହି ଆକ୍ରମଣ କରିଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେଠାରେ ସେ ଚିକିତ୍ସିତ ହେଉଛନ୍ତି। ପୁଲୱାମାର ଗୁଦୁରା ଅଞ୍ଚଳରେ ଏହି ଘଟଣା ଘଟିଛି।
ସୂଚନାଯୋଗ୍ୟ, ଗୁରୁବାର ଜମ୍ମୁ-କଶ୍ମୀର ବୁଡଗାମ ଜିଲାରେ କଶ୍ମୀର ପଣ୍ଡିତ ରାହୁଲ ଭଟ୍ଟଙ୍କୁ ହତ୍ୟା କରାଯାଇଥିଲା। ଚଦୋରା ଗ୍ରାମରେ ତହସିଲ ଅଫିସ ଭିତରେ ରାହୁଲଙ୍କୁ ଗୁଳି କରାଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲ ନିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ରାହୁଲ ତହିସଲ ଅଫିସର ଜଣେ କର୍ମଚାରୀ ଥିଲେ।

Share