Categories: ଜାତୀୟ

ସାଧାରଣତନ୍ତ୍ର ଦିବସ ୨୦୨୨: ଅନୁପ୍ରବେଶ ଉଦ୍ୟମରେ ଅଛନ୍ତି ଶହେରୁ ଊର୍ଦ୍ଧ୍ୱ ଆତଙ୍କବାଦୀ

ନୂଆଦିଲ୍ଲୀ,୨୪ ।୧: ସୀମା ସୁରକ୍ଷା ବଳର ମହା ନିରିକ୍ଷକ ଡିକେ ବୁରା କହିଛନ୍ତି, ସାଧାରଣତନ୍ତ୍ର ଦିବସରେ ରାଷ୍ଟ୍ର ବିରୋଧି ତତ୍ତ୍ୱକୁ ନେଇ ସମସ୍ୟା ଉପୁଜାଇବା ଧମକକୁ ନେଇ ଜମ୍ମୁ-କଶ୍ମିରରେ ଭାରତ-ପାକିସ୍ତାନ ସୀମାରେ ବିଏସ୍‌ଏଫ୍‌ର ଯବାନ ‘ହାଇ ଆଲର୍ଟ’ରେ ରହିଛନ୍ତି । ସୀମା ସୁରକ୍ଷା ବଳ ଦୁଇ ସପ୍ତାହ ପୂର୍ବରୁ ସୀମାରେ ସୁରକ୍ଷା ବଢାଇ ଦେଇଛନ୍ତି । ବିଏସ୍‌ଏଫ୍ ସବୁ ପରିସ୍ଥିତିର ସାମ୍ନା କରିବାକୁ ପ୍ରସ୍ତୁତ ରହିଛି ।
ସୀମା ସୁରକ୍ଷା ବଳର କଶ୍ମୀର ଜୋନର ଆଇଜି ରାଜା ବାବୁ ସିଂ ସୋମବାର କହିଛନ୍ତି କଶ୍ମୀରରେ ଏଲଓସି ଆଖପାଖ ଶାନ୍ତ ରହିଛି । ସେ କହିଛନ୍ତି ୨୦୨୧ରେ ୫୮ ଅନୁପ୍ରବେଶ ଉଦ୍ୟମ ହୋଇଛି । ଯେଉଁଥିରେ ୫ ଆତଙ୍କବାଦୀଙ୍କ ଜୀବନ ଯାଇଛି । ଏବେ ଖବର ରହିଛି କି ସୀମା ଆରପଟରେ ଏବେବି ୧୦୦ରୁ ଅଧିକ ଆତଙ୍କବାଦୀ ଅନୁପ୍ରବେଶ ଉଦ୍ୟମରେ ଅଛନ୍ତି ।
ସୁରକ୍ଷା ଏଜେନ୍ସି ଘାଟିରେ ବିଶେଷ ଭାବେ ଶ୍ରୀନଗରରେ ସାଧାରଣତନ୍ତ୍ର ଦିବସ ଅବସରରେ ଏକ ଆଲର୍ଟ ଜାରି କରାଯାଇଛି । କାରଣ ଅନୁମାନ କରାଯାଉଛି କି ଏହିଦିନ ଆତଙ୍କବାଦୀମାନେ ବଡ ଧରଣର ଆକ୍ରମଣ କରି ନିଜର ଉପସ୍ଥିତି ଜାହିର କରିପାରନ୍ତି । ଏହାକୁ ନେଇ ନିକଟରେ ଶ୍ରୀନଗର ପୋଲିସ ଶ୍ରୀନଗରରେ ସକ୍ରିୟ ଥିବା ୩ ଆତଙ୍କବାଦୀଙ୍କ ଫଟୋ ଜାରି କରିଥିଲା ।

Share