Categories: ଜାତୀୟ

ଲାଲଚୌକରେ ପୁଣି ହେବ ଇତିହାସର ପୁନରାବୃତ୍ତି! ଅଗଷ୍ଟ ୧୫ ପୂର୍ବରୁ ତ୍ରିରଙ୍ଗା ରଙ୍ଗରେ ହେଲା ସଜେଇ

ଶ୍ରୀନଗର,୭।୮: ସ୍ବାଧୀନତା ଦିବସ ପୂର୍ବରୁ ଶ୍ରୀନଗରର ଲାଲ୍‌ଚୌକ ତ୍ରିରଙ୍ଗା ରଙ୍ଗରେ ସଜେଇ ହୋଇଛି। ଏହି ସ୍ଥାନରେ ତ୍ରିରଙ୍ଗା ଉଡିବାକୁ ନେଇ ଦୀର୍ଘଦିନରୁ ବିବାଦ ଦେଖାଦେଉଥିଲା। ହେଲେ ୨୯ ବର୍ଷ ପରେ ଏଠାରେ ପୁଣିଥରେ ଇତିହାସର ପୁନରାବୃତ୍ତିର ପ୍ରସ୍ତୁତି ଚାଲିଛି। ସୋସିଆଲ ମିଡିଆରେ ଲାଲ ଚୌକର ଅନେକ ଫଟୋ ଭାଇରାଲ ହେଉଛି।

ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟିବା ପରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି। ଲାଲ୍‌ ଚୌକରେ ଧୁମ୍‌ଧାମରେ ତ୍ରିରଙ୍ଗା ଉଡିବା ସେଥିରୁ ଗୋଟିଏ। ଏଥିପାଇଁ ଜୋରଦାର ପ୍ରସ୍ତୁତି ଜାରି ରହିଛି। ଉକ୍ତ ସ୍ଥାନରେ ଏକ ଘଣ୍ଟାଘର ରହିଛି। ସେଥିରେ ବଡ଼ ଘଣ୍ଟା ଲାଗିଛି। ତେବେ ଏହି ଘଣ୍ଟାକୁ ମଧ୍ୟ ବଦଳାଇ ଦିଆଯାଇଥିବା କୁହାଯାଉଛି।

Share