Categories: ଜାତୀୟ

ପୁଲୱାମାରେ ସିଆରପିଏଫ ଉପରେ ଆଇଇଡି ଆକ୍ରମଣ, ୨ ଯବାନ ଆହତ

ଜମ୍ମୁ,୩ ।୫: ଦକ୍ଷିଣ କଶ୍ମୀରର ପୁଲୱାମାରେ ଆତଙ୍କବାଦୀମାନେ ସୋମବାର ବିଳମ୍ବିତ ସନ୍ଧ୍ୟାରେ ସୁରକ୍ଷାକର୍ମୀଙ୍କୁ ଟାର୍ଗଟ କରି ଆଇଇଡି ଆକ୍ରମଣ କରିଛନ୍ତି । ଏଥିରେ ୨ ଯବାନ ଆହତ ହୋଇଥିବା ଜଣାପଡିଛି । ଏହି ଘଟଣା ପାଇଁ ଜୈଶ-ଇ-ମହମ୍ମଦ ସହ ଜଡିତ ସଙ୍ଗଠନ ଦ କଶ୍ମୀର ଟାଇଗର୍ସ ନିଜକୁ ଦାୟୀ କରିଛି । ଏହି ସଙ୍ଗଠନ ଗତବର୍ଷ ଡିସେମ୍ବରରେ ଖ୍ରିବରେ ଜମ୍ମୁ-କଶ୍ମୀର ପୋଲିସର ବସ ଉପରେ ହୋଇଥିବା ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା ।

ସୂଚନାଯୋଗ୍ୟ, ସୋମବାର ସକାଳେ ପୁଲୱାମାରେ ଏକ ବଡ ଧରଣର ଆକ୍ରମଣ ଯୋଜନା କରି ଆତଙ୍କବାଦୀମାନେ ଆଇଇଡି ବିସ୍ଫୋରଣର ଯୋଜନା କରିଥିଲେ । ଆଉ ଏଡି ଯୋଜନାକୁ ପଣ୍ଡ କରିଦେଇଥିଲେ ସୁରକ୍ଷାକର୍ମୀ । ଅନୁମାନ କରାଯାଉଛି କି ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଗାଡିକୁ ଟାର୍ଗେଟ କରି ଆଇଇଡି ଖଞ୍ଜିଥିଲେ । ହେଲେ ସୁରକ୍ଷାକର୍ମୀ ଏହାର ସନ୍ଧାନ ପାଇଁ ଏହାକୁ ନିଷ୍କ୍ରି କରି ଦେଇଥିଲା । ଏଥିରେ ୨ ଯବାନ ଆହତ ହୋଇଥିବା ବେଳେ ଏବେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଜଣାପଡିଛି ।

Share