Categories: ଜାତୀୟ

ସୁରକ୍ଷାକର୍ମୀଙ୍କୁ ସଫଳତା: ୩ ଆତଙ୍କବାଦୀ ନିହତ

ଶ୍ରୀନଗର,୨୦।୧୨: ଜମ୍ମୁ କଶ୍ମୀରର ଶୋପିଆନ ଜିଲାର ମୁଞ୍ଜ ମାର୍‌ ଅଞ୍ଚଳରେ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ସହ ସୁରକ୍ଷା ବାହିନୀର ଏନକାଉଣ୍ଟର ହୋଇଛି। ଏଥିରେ ଲଶ୍କର-ଇ-ତୋଇବା ଆତଙ୍କବାଦୀ ସଂଗଠନର ତିନି ଜଣ ଆତଙ୍କବାଦୀ ନିହତ ହୋଇଥିବା ଏଡିଜିପି କଶ୍ମୀର ସୂଚନା ଦେଇଛି। ଏହି ଆତଙ୍କବାଦୀମାନେ କଶ୍ମୀରୀ ପଣ୍ଡିତ ପୁରାଣ କୃଷ୍ଣ ଭଟ, ଅନନ୍ତନାଗର ଉମର ନାଜିର ଏବଂ ନେପାଳର ତିଲ ବାହାଦୁର ଥାପାଙ୍କ ହତ୍ୟାରେ ସମ୍ପୃକ୍ତ ଥିଲେ। ଆତଙ୍କବାଦୀଙ୍କ ନିକଟରୁ ଏକ ଏକେ ୪୭ ରାଇଫଲ ଏବଂ ୨ ପିସ୍ତଲ ଉଦ୍ଧାର କରାଯାଇଛି। ନିହତ ହୋଇଥିବା ତିନି ଆତଙ୍କବାଦୀଙ୍କ ମଧ୍ୟରୁ ଦୁଇଜଣଙ୍କୁ ଶୋପିଆନ୍‌ର ଲତିଫ ଲୋନ ଅଞ୍ଚଳର ବାସିନ୍ଦା ବୋଲି ଜଣାପଡିଛି।
ଏହି ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ହେବାର ସୂଚନା ମିଳିବା ପରେ ସୁରକ୍ଷା ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଛି।

Share