Categories: ଜାତୀୟ

ସର୍ଚ୍ଚ ଅପରେଶନ ପାଇଁ ଯାଉଥିବା ଯବାନଙ୍କ ଗାଡି ଉପରକୁ ଆକ୍ରମଣ, ଜଣେ ଯବାନ ଶହୀଦ

ଶ୍ରୀନଗର,୪ ।୬: ଜମ୍ମୁ-କଶ୍ମୀରର ଶୋପିଆନ ଅଞ୍ଚଳରେ ସର୍ଚ୍ଚ ଅପରେଶନ ପାଇଁ ଯାଉଥିବା ଏକ ଗାଡିରେ ବିସ୍ଫୋରଣ ହେବା ଫଳରେ ଜଣେ ଯବାନ ଶହୀଦ ହେବା ସହ ଅନ୍ୟ ୨ ଗୁରୁତର ଆହତ ହୋଇଛନ୍ତି । ପ୍ରତିରକ୍ଷା ମନ୍ତ୍ରଣାଳୟର ଶ୍ରୀନଗର ସ୍ଥିତ ପ୍ରବକ୍ତା ଲେପ୍ଟନଣ୍ଟ କର୍ନଲ ଇମରୋନ ମୌସବିଙ୍କ ସୂଚନା ଅନୁଯାୟୀ, ଶୁକ୍ରବାର ସକାଳେ ଦକ୍ଷିଣ କଶ୍ମୀର ଶୋପିଆନ ଜିଲାର ପଟ୍ଟିଟୋଲମ ଅଞ୍ଚଳରେ ଏକ ଗୁଇନ୍ଦା ସୂଚନା ଅନୁଯାୟୀ, ସୁରକ୍ଷାକର୍ମୀ କର୍ଡନ ଓ ସର୍ଚ୍ଚ ଅପରେଶନ ଆରମ୍ଭ କରିଛନ୍ତି । ଟାରଗେଟ ଏରିଆରେ ମୁଭମେଣ୍ଟ ପାଇଁ ଏକ ଘରୋଇ ଗାଡିକୁ ଭଡାରେ ନିଆଯାଇଥିଲା । ଯେଉଁଥିରେ ୩ ଯବାନ ଥିଲେ । ଏହି ସମୟରେ ଗାଡିରେ ବିସ୍ଫାରଣ ହେବା ଫଳରେ ୩ ଜଣ ଗୁରୁତର ଆହତ ହୋଇଥିଲେ । ପରେ ଚିକିତ୍ସା ସମୟରେ ଜଣେ ଯବାନ ଶହୀଦ ହୋଇଥିଲେ ।

Share