ବୈଷ୍ଣୋଦେବୀ ମନ୍ଦିରର ୮ପୂଜାରୀ କରୋନା ପଜିଟିଭ୍‌

କଟରା,୧୩।୮: କରୋନା ଲକ୍‌ଡାଉନ ଯୋଗୁ ବନ୍ଦ ହୋଇପଡ଼ିଥିବା ବୈଷ୍ଣୋଦେବୀ ଯାତ୍ରା ଆରମ୍ଭ କରିବାକୁ ଜମ୍ମୁ-କଶ୍ମୀର ପ୍ରଶାସନ ନିଷ୍ପତ୍ତି ନେଇଛି। କିନ୍ତୁ ଯାତ୍ରା ଆରମ୍ଭ ହେବା ପୂର୍ବରୁ ଏଠାରେ କରୋନା ପହଞ୍ଚିଯାଇଛି। ଗୁରୁବାର ମା’ ବୈଷ୍ଣୋଦେବୀ ଭବନର ୮ଜଣ ପୂଜାରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାପରେ ସେମାନଙ୍କୁ କୋଭିଡ ହସ୍ପିଟାଲର ଆଇସୋଲେଶନ୍‌ ଓ୍ବାର୍ଡରେ ଭର୍ତ୍ତି କରାଯାଇଛି। ଏହାକୁ ମିଶାଇ ଏଠାରେ ମୋଟ ୧୨ ଜଣ କରୋନାରେ ପୀଡ଼ିତ ହୋଇଥିବା ସୂଚନା ରହିଛି। ଏଭଳି ସ୍ଥିତିରେ ବୈଷ୍ଣୋଦେବୀଙ୍କ ଯାତ୍ରା ଉପରେ ଏବେ ସନ୍ଦେହ ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ, ନିକଟରେ କୋଭିଡର ସମସ୍ତ ପ୍ରଟୋକଲ୍‌କୁ ପାଳନ କରି ବୈଷ୍ଣାଦେବୀ ଯାତ୍ରା ଆରମ୍ଭ ପାଇଁ ଜମ୍ମୁ-କଶ୍ମୀର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା।

Share