Categories: ଜାତୀୟ

ପୁଲୱାମାରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା: ଲସ୍କରର ୩ ଆତଙ୍କବାଦୀ ନିହତ

ଜମ୍ମୁ,୧୨ ।୬: ଜମ୍ମୁ-କଶ୍ମୀରର ପୁଲୱାମାରେ ସୁରକ୍ଷାକର୍ମୀଙ୍କୁ ବଡ ସଫତା ମିଳିଛି । ସୁରକ୍ଷାର୍କମୀଙ୍କ ଆକ୍ରମଣରେ ସେଠାରେ ୩ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ସମସ୍ତ ନିହତ ଆତଙ୍କବାଦୀଙ୍କର ପାକିସ୍ତାନ ଆତଙ୍କବାଦୀ ସଙ୍ଗଠନ ଲସ୍କର-ଇ-ତୋଏବା ସହ ସମ୍ପର୍କ ରହିଥିବା କୁହାଯାଇଛି । ମୃତ ଆତଙ୍କବାଦୀଙ୍କ ନିକଟରୁ ସୁରକ୍ଷାର୍କମୀ ଅସ୍ତଶସ୍ତ୍ର ଓ ଗୋଳା ବାରୁଦ ଜବତ କରିଛନ୍ତି । ଏବେବି ସେଠାରେ ସର୍ଚ୍ଚ ଅପରେଶନ ଜାରି ରହିଛି ।
ପୁଲୱାମାରେ ନିହତ ହୋଇଥିବା ୩ ଆତଙ୍କବାଦୀ ସ୍ଥାନୀୟ ବାସିନ୍ଦା ହୋଇଥିବା ବେଳେ ଲସ୍କର ସହ ତାଙ୍କର ସମ୍ପର୍କ ରହିଛି ବୋଲି କୁହାଯାଉଛି ।

Share