Categories: ଜାତୀୟ

ଜମ୍ମୁ-କଶ୍ମୀରର ପ୍ରଥମ ମହିଳା ବସ୍‌ ଡ୍ରାଇଭର…

ଶ୍ରୀନଗର,୨୬।୧୨: ଧୀରେଧୀରେ ଜମ୍ମୁ-କଶ୍ମୀରରୁ ଆତଙ୍କବାଦର କଳାବାଦଲ ହଟିବାରେ ଲାଗିଛି। ଏଠାରେ ବହୁବିଧ ବିକାଶ କାର୍ଯ୍ୟ ସରକାରଙ୍କ ପକ୍ଷରୁ ଜାରି ରହିଛି। ଏପରିସ୍ଥଳେ ରାଜ୍ୟର ପ୍ରଥମ ମହିଳା ବସ୍‌ ଡ୍ରାଇଭର ଭାବେ ୩୦ ବର୍ଷ ବୟସ୍କା ପୂଜା ଦେବୀ କାର୍ଯ୍ୟ ଆରମ୍ଭ କରିଛନ୍ତି। ସେ କଠୁଆ ଜିଲାର ସନ୍ଧାର-ବସହୋଲି ଗାଁର ବାସିନ୍ଦା। ପୂଜା ଜମ୍ମୁ-କଠୁଆ-ପଠାଣକୋଟ ରୁଟ୍‌ରେ ବସ୍‌ ଚଳାଉଛନ୍ତି। ଡ୍ରାଇଭିଂ ଟ୍ରେନର ଭାବେ କାମ କରୁଥିବା ପୂଜା ଏବେ ବସ୍‌ ଚଳାଉଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସକାରାତ୍ମକ ଭାବନା ସୃଷ୍ଟି ହେବାରେ ଲାଗିଛି। ଲୋକ ପୂଜାଙ୍କ ସାହାସକୁ ପ୍ରଶଂସା କରୁଛନ୍ତି। ପ୍ରଥମେ ପ୍ରଥମେ ତାଙ୍କ ପରିବାର ଏହାର ବିରୋଧ କରୁଥିଲେ। ତେବେ ପରବର୍ତ୍ତୀ ସମୟରେ ଅବସ୍ଥାରେ ସୁଧାର ଆସିଥିଲା। ଏନେଇ ଶ୍ୱଶୁର ଘର ପକ୍ଷରୁ ପ୍ରଥମେ ବିରୋଧ କରାଯାଉଥିଲା। ମାତ୍ର ଏବେ ସବୁ ବଦଳି ଯାଇଛି। ରାଜ୍ୟରେ ପୂଜା ଏବେ ଏକ ପରିଚିତ ଚେହେରା ପାଲଟି ଯାଇଛନ୍ତି।

Share