Posted inଜାତୀୟ

ଜମ୍ମୁ-କଶ୍ମୀରକୁ ମିଳିବ ରାଜ୍ୟ ମାନ୍ୟତା

ଶ୍ରୀନଗର, ୨୪।୧୦: ଜମ୍ମୁ-କଶ୍ମୀରରେ ନିର୍ବାଚନ ମଣ୍ଡଳୀଗୁଡ଼ିକର ସୀମା ପୁନଃ ନିର୍ଦ୍ଧାରଣ କରାଯିବା ପରେ ନିର୍ବାଚନ ଅନୁଷ୍ଠିତ ହେବ। ଏହା ପରେ ଉକ୍ତ କେନ୍ଦ୍ରଶାସିତ ଅଞ୍ଚଳକୁ ରାଜ୍ୟ ମାନ୍ୟତା ଫେରାଇ ଦିଆଯିବ ବୋଲି ସେଠାକୁ ୩ ଦିନିଆ ଗସ୍ତରେ ଯାଇଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା କହିଛନ୍ତି। ସୀମା ପୁନଃ ନିର୍ଦ୍ଧାରଣକୁ କ’ଣ ପାଇଁ ବନ୍ଦ କରାଯିବ ବୋଲି ସେ ପ୍ରଶ୍ନ କରିବା ସହ ସେ କଶ୍ମୀର ଯୁବକମାନଙ୍କ ସହ ବନ୍ଧୁତା ଚାହାନ୍ତି ବୋଲି କହିଥିଲେ। ୨୦୧୯ ଅଗଷ୍ଟରେ ଜମ୍ମୁ-କଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିବର୍ତ୍ତନ କରାଯାଇଥିବାରୁ ନିର୍ବାଚନମଣ୍ଡଳୀଗୁଡ଼ିକର ସୀମା ନିର୍ଦ୍ଧାରଣ ଅପରିହାର୍ଯ୍ୟ ହୋଇପଡ଼ିଛି। ଆସନ୍ତା ବର୍ଷରୁ ଏହି ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଶାହା କହିଥିଲେ, ଜମ୍ମୁ-କଶ୍ମୀରରେ ଆତଙ୍କବାଦ କମିଛି। ଟେକାମାଡ଼ ଦେଖିବାକୁ ମିଳୁନାହିଁ। ସେଠାରେ ଶାନ୍ତି ବ୍ୟାହତ କରିବାକୁ ଚାହୁଁଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିକାଶ ପ୍ରକ୍ରିୟାରେ କେହି ପ୍ରତିବନ୍ଧକ ହୋଇପାରିବେ ନାହଁ, ଏନେଇ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଶାହା କହିଥିଲେ। ଉପତ୍ୟକାରେ କର୍ଫ୍ୟୁ ଲାଗୁ ହେବା ସହ ଇଣ୍ଟରନେଟ ସେବା ବନ୍ଦ ରହିବାରୁ କଶ୍ମୀରୀ ଯୁବବର୍ଗ ସୁରକ୍ଷିତ ରହିଛନ୍ତି। ତାହା ନ ହୋଇଥିଲେ କେତେ ଯେ ଜୀବନ ଯାଇଥାନ୍ତା ତାହା କହିହେବ ନାହିଁ। କର୍ଫ୍ୟୁ ଓ ଇଣ୍ଟରନେଟ ବନ୍ଦକୁ ବିରୋଧ କରାଯାଉଥିଲା। ପୂର୍ବରୁ କର୍ଫ୍ୟୁ ଲାଗୁ ହେଉ ନ ଥିଲା କି ବୋଲି ଶାହା ପ୍ରଶ୍ନ କରିଛନ୍ତି।
ସଂଖ୍ୟାଲଘୁ ଓ ପ୍ରବାସୀମାନଙ୍କୁ ଟାର୍ଗେଟ କରି ହତ୍ୟା କରାଯାଉଛି। ଗତ ୧୫ ଦିନ ମଧ୍ୟରେ ୧୧ ଜଣ ନିରୀହ ବ୍ୟକ୍ତି ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଲେଣି। ଜମ୍ମୁ-କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ଏବଂ ଏହାକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରାଯିବା ପରେ ପ୍ରଥମ ଥର ପାଇଁ ଅମିତ୍‌ ଶାହା ଶନିବାର ସେଠାକୁ ୩ ଦିନିଆ ଗସ୍ତରେ ଯାଇଛନ୍ତି। ଶ୍ରୀନଗରଠାରେ ଶାହା ରାଜ୍ୟର ସୁରକ୍ଷା ସ୍ଥିତି ଉପରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ। ରାଜଭବନରେ ଅନୁଷ୍ଠିତ ବୈଠକରେ ସଂଖ୍ୟାଲଘୁ ଓ ପ୍ରବାସୀମାନଙ୍କ ସୁରକ୍ଷା ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋଚନା ହୋଇଥିଲା। ବୈଠକରେ ଉପରାଜ୍ୟପାଳ ମନୋଜ ସିହ୍ନା, ବରିଷ୍ଠ ପ୍ରଶାସନିକ, ସାମରିକ ଓ ଅର୍ଦ୍ଧସାମରିକ ବାହିନୀର ଅଧିକାରୀ, କେନ୍ଦ୍ରଶାସିତ ଅଞ୍ଚଳ ଓ କେନ୍ଦ୍ର ସରକାରଙ୍କ ଗୋଇନ୍ଦା ସଂସ୍ଥାର ଅଧିକାରୀ ଯୋଗ ଦେଇଥିଲେ।
୨୦୧୯ ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ପ୍ରତ୍ୟାହାର କରାଯିବା ସହ ଉକ୍ତ ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରାଯାଇଥିଲା। କେନ୍ଦ୍ର ସରକାରଙ୍କ ଏଭଳି ପଦକ୍ଷେପ ଦ୍ୱାରା ଉପତ୍ୟକାରୁ ଆତଙ୍କବାଦ ହଟିଯିବା ବୋଲି କୁହାଯାଉଥିଲା। କିନ୍ତୁ ଦୁଇ ବର୍ଷ ବିତିଥିଲେ ମଧ୍ୟ ଆତଙ୍କବାଦ କମିନାହିଁ। ବରଂ ଗତ କିଛିଦିନ ହେଲା ସେଠାର ସଂଖ୍ୟାଲଘୁ, ପ୍ରବାସୀ ଶ୍ରମିକ ଓ ଅନ୍ୟମାନେ ଆତଙ୍କବାଦୀଙ୍କ ଟାର୍ଗେଟ ଆକ୍ରମଣର ଶିକାର ହୋଇଛନ୍ତି। ଫଳରେ ସେଠାରେ ଥିବା ବାହାର ରାଜ୍ୟର ଲୋକ ଓ କଶ୍ମୀରୀ ପଣ୍ଡିତମାନେ ଉପତ୍ୟକା ଛାଡ଼ି ପଳାଇଯାଉଛନ୍ତି। ସାଧାରଣ ନାଗରିକଙ୍କୁ ହତ୍ୟା ଘଟଣା ପରେ ଆତଙ୍କବାଦ କାର୍ଯ୍ୟକଳାପ ଓ ଅନୁପ୍ରବେଶ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ଜମ୍ମୁ-କଶ୍ମୀରରେ ଅତିରିକ୍ତ ୫୦ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ (ସିଏପିଏଫ୍‌) ନିୟୋଜିତ କରାଯାଇଛି। ଉପତ୍ୟକାର ଘନ ଜନବସତି ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି। ଏହା ବ୍ୟତୀତ ଶ୍ରୀନଗରରେ କେତେକ ବଙ୍କର ନିର୍ମାଣ କରାଯାଇଛି।
ମାସରେ ଆତଙ୍କବାଦୀଙ୍କ ଆକ୍ରମଣରେ ଶହୀଦ ହୋଇଥିବା ଇନ୍ସପେକ୍ଟର ପରଭେଜ୍‌ ଅହମଦଙ୍କ ଘରେ ସ୍ବରାଷ୍ଟ୍ର ମନ୍ତ୍ରୀ ପହଞ୍ଚତ୍ଥିଲେ। ସେ ପରଭେଜଙ୍କ ସ୍ତ୍ରୀଙ୍କୁ ସରକାରୀ ନିଯୁକ୍ତି ସମ୍ପର୍କିତ କାଗଜପତ୍ର ଦେଇଥିଲେ। ଶାହାଙ୍କ ସହ ଉପରାଜ୍ୟପାଳ ମନୋଜ ସିହ୍ନା, କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଏବଂ ଡିଜିପି ଦିଲବାଗ ସିଂ ଯାଇଥିଲେ।

 

ଭାଜପା ଦେଶକୁ ବିଭାଜିତ କରୁଛି: ଫାରୁକ୍‌

ଧର୍ମ ଆଧାରରେ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର ଦେଶକୁ ଭାଗ ଭାଗ କରୁଛି ବୋଲି ନ୍ୟାଶନାଲ କନ୍‌ଫରେନ୍ସ (ଏନ୍‌ସି) ନେତା ତଥା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲ୍ଲା ଶନିବାର ଅଭିଯୋଗ କରିଛନ୍ତି। ଜମ୍ମୁ-କଶ୍ମୀରରେ କେବଳ ହିନ୍ଦୁ ନୁହନ୍ତି, ମୁସଲମାନ ମଧ୍ୟ ଆତଙ୍କବାଦୀଙ୍କ ଆକ୍ରମଣରେ ପ୍ରାଣ ହରାଉଛନ୍ତି। କଶ୍ମୀରୀ ପଣ୍ଡିତମାନେ ଉପତ୍ୟକାକୁ ଫେରିବା ଭଳି ଅନୁକୂଳ ବାତାବରଣ ଆସି ନ ଥିବା ସେ କହିଛନ୍ତି। ଉକ୍ତ କେନ୍ଦ୍ରଶାସିତ ଅଞ୍ଚଳରେ ଅନୁଚ୍ଛେଦ ୩୭୦ ପୁନର୍ବାର କାର୍ଯ୍ୟକାରୀ କରା ନ ଯିବା ପର୍ଯ୍ୟନ୍ତ ସରକାର ଶାନ୍ତି ଆଣିବାରେ ସମର୍ଥ ହେବେନାହିଁ। ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରରୁ ଆତଙ୍କବାଦ ସମ୍ପୂର୍ଣ୍ଣ ହଟିଯିବ ବୋଲି ଯେଉଁମାନେ କହୁଥିଲେ, ନିକଟରେ ସାଧାରଣ ଲୋକଙ୍କ ଉପରେ ହେଉଥିବା ଆକ୍ରମଣ ସେମାନଙ୍କ ଆଖି ଖୋଲିଦେଇଛି ବୋଲି ଏନ୍‌ସି ନେତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଣବିକ ଯୁଦ୍ଧ ସଙ୍କେତ: ସାରା ବିଶ୍ୱରେ ଖେଳିଗଲା ଆତଙ୍କ

ତେହରାନ୍‌/ଓ୍ବାଶିଂଟନ୍‌,୧ା୪(ରଏଟର୍ସ/ଏଜେନ୍ସି):ଇରାନ୍‌ ଆଣବିକ ଅସ୍ତ୍ର ତିଆରି କରୁଥିବା ନେଇ ଆମେରିକା ଓ ଇସ୍ରାଏଲ୍‌ ବାରମ୍ବାର ଅଭିଯୋଗ କରିଆସୁଛନ୍ତି। ତେହରାନ୍‌ ଏହାକୁ ଖଣ୍ଡନ କରୁଥିବାବେଳେ ଜାତିସଂଘର ଆଣବିକ ଜଗୁଆଳି ସଂସ୍ଥା…

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri