Categories: ଜାତୀୟ

ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ୨ଆତଙ୍କବାଦୀ ଠିକଣା ଧ୍ୱଂସ, ବ୍ୟାପକ ଗୋଳାବାରୁଦ ଜବତ

ଶ୍ରୀନଗର,୧୩।୮: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀମାନେ ଲସ୍କର-ଏ-ତୋଏବାର ୨ଟି ବଡ଼ ଠିକଣାକୁ ଧ୍ୱଂସ କରିବାରେ ସଫଳ ହୋଇଛନ୍ତି। ଦକ୍ଷିଣ କଶ୍ମୀର ପୁଲଓ୍ବାମା ଜିଲା ଅଓ୍ବନ୍ତିପୋରାର ବଦରୁ ଓ ବାରସୋରେ କିଛି ଆତଙ୍କବାଦୀଙ୍କ ଆଶ୍ରୟ ନେଇଥିବା ଖବର ମିଳିଥିଲା। ଖବର ମିଳିବା ପରେ ବୁଧବାର ରାତିରେ ୫୦ରାଇଫଲ୍ସ, ସିଆରପିଏଫ୍‌ର ୧୩୦ ବାଟାଲିୟନ୍‌ ଓ ପୋଲିସର ମିଳିତ ଉଦ୍ୟମରେ ଉକ୍ତ ସ୍ଥାନରେ ସର୍ଚ୍ଚ ଅପରେଶନ୍‌ ଆରମ୍ଭ ହୋଇଥିଲା। ସୁରକ୍ଷାକର୍ମୀଙ୍କୁ ଦେଖି ଘଟଣାସ୍ଥଳରୁ ଆତଙ୍କବାଦୀମାନେ ଫେରାର ହୋଇଯାଇଥିବା ବେଳେ ବ୍ୟାପକ ଗୋଳାବାରୁଦ ଜବତ ହୋଇଛି।

Share