Categories: ଜାତୀୟ

ଜମ୍ମୁ-କଶ୍ମୀରରେ ବାଦଲଫଟା ବର୍ଷା: ୫ ଜୀବନ ଗଲା, ୪୦ରୁ ଅଧିକ ନିଖୋଜ

ଶ୍ରୀନଗର,୨୮।୭: ଜମ୍ମୁ-କଶ୍ମୀରରେ ପକୃତି ଦାଉ ସାଜିଛି। ବୁଧବାର ବାଦଲଫଟା ବର୍ଷା ଯୋଗୁ ପ୍ରାୟ ୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪୦ରୁ ଅଧିକ ଜଣ ନିଖୋଜ ଅଛନ୍ତି। ଏବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସୂଚନାଯୋଗ୍ୟ, ବାଦଲ ଫଟା ବର୍ଷା ଯୋଗୁ କିସ୍ତଓ୍ବାଡ ଜିଲାର ହୋଁଜାର ଦଚାନରେ ବାଦଲ ଫଟା ବର୍ଷା ଯୋଗୁ ୪୦ରୁ ଅଧିକ ନିଖେଶଜ ଅଛି। ଗତ କିଛିଦିନ ହେବ ଜମ୍ମୁ-କଶ୍ମୀର ଅଧିକାଂଶ ଅଞ୍ଚଳରେ ପ୍ରବଳ ବର୍ଷା ହେଉଛି। ଜୁଲାଇ ଶେଷ ପର୍ଯ୍ୟନ୍ତ ବର୍ଷା ଚେତାବନୀ ଦେଇଛି ପାଣିପାଗ ବିଭାଗ। ଏଥିପାଇଁ ଲୋକଙ୍କୁ ସତର୍କ ମଧ୍ୟ କରାଯାଇଛି।

Share