Categories: ଜାତୀୟ

ବିଏସ୍‌ପିକୁ ବଡ଼ ଝଟ୍‌କା: ଜମ୍ମୁ-କଶ୍ମୀରର ମହାସଚିବ ଏନ୍‌ସିରେ ସାମିଲ

ଶ୍ରୀନଗର,୩୦।୧: ଜମ୍ମୁ-କଶ୍ମୀରରେ ବହୁଜନ ସମାଜ ପାର୍ଟି(ବିଏସ୍‌ପି)କୁ ଏକ ବଡ଼ ଝଟ୍‌କା ଲାଗିଛି। ବିଏସ୍‌ପିର ଜମ୍ମୁ-କଶ୍ମୀରର ସାଧାରଣ ସମ୍ପାଦକ ରବିନ୍ଦର ସିଂ ଦଳ ଛାଡି ନ୍ୟାସନାଲ କନ୍‌ଫରେନ୍ସ (ଏନ୍‌ସି)ରେ ସାମିଲ ହୋଇଛନ୍ତି। ସୋମବାର ରବିନ୍ଦର ସିଂ ଦଳର ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କ ଉପସ୍ଥିତିରେ ଦଳରେ ଯୋଗଦେଇଛନ୍ତି। ସେ ତାଙ୍କ ଅନେକ ସମର୍ଥକଙ୍କ ସହ ଦଳରେ ଯୋଗ ଦେଇଛନ୍ତି ବୋଲି ଏନ୍‌ସି ମୁଖପାତ୍ର କହିଛନ୍ତି। ଅନ୍ୟପଟେ ଦଳରେ ସାମିଲ ହେବା ପରେ ରବିନ୍ଦର ସିଂଙ୍କୁ ସ୍ବାଗତ କରି ଫାରୁକ ଅବଦୁଲ୍ଲା ଏନ୍‌ସିକୁ ଏକ ଜନ ଆନ୍ଦୋଳନ ବୋଲି କହିଛନ୍ତି। ସେ କହିଛନ୍ତି, ଜମ୍ମୁ-କଶ୍ମୀର ଏବଂ ଲଦାଖର ଲୋକଙ୍କ ନ୍ୟାୟ ପାଇଁ ଦଳ ସର୍ବଦା ଛିଡା ହୋଇଛି ଏବଂ ଏହି ଅଞ୍ଚଳର ବିକାଶ ତଥା ପ୍ରଗତି ପାଇଁ ସର୍ବଦା ଚେଷ୍ଟା କରୁଛି ବୋଲି ଫାରୁକ କହିଛନ୍ତି। ତେବେ ରବିନ୍ଦର ଦଳରେ ଯୋଗଦେବା ସହିତ ତୃଣମୂଳ ସ୍ତରରେ ଏନ୍‌ସି ଅଧିକ ଶକ୍ତିଶାଳୀ ହେବ ବୋଲି ଫାରୁକ ଅବଦୁଲ୍ଲା ଆଶା କରିଛନ୍ତି।

Share