Categories: ଜାତୀୟ

ଏକକାଳୀନ ୪ ଭୂକମ୍ପ ଝଟକା

ଜମ୍ମୁ,୧୪।୬: ଜମ୍ମୁରେ ବୁଧବାର ଏକକାଳୀନ ୪ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଅନ୍ୟପକ୍ଷେ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଡୋଡା ଏବଂ କିସ୍ତଓ୍ବାର ଜିଲାର ସମସ୍ତ ସ୍କୁଲକୁ ବନ୍ଦ ନିର୍ଦ୍ଦେଶ ଦିଆଯାଇଛି। ଡୋଡାରେ ୫.୪ ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି। ତେବେ ଭୂକମ୍ପ ଝଟକାରେ କୌଣସି କ୍ଷୟକ୍ଷତି ସୂଚନା ମିଳିପାରି ନାହିଁ।

Share