ଝାମୁଯାତ୍ରା ମେଳା ଅର୍ଥର ହିସାବ ମିଳୁନି

ମହାକାଳପଡ଼ା,୨୮ା୫(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ପ୍ରସିଦ୍ଧ ଶକ୍ତି ପୀଠ ମା’ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ଝାମୁ ଯାତ୍ରା ମେଳାରୁ ଆୟ ହୋଇଥିବା ଅର୍ଥର ହିସାବ ମିଳୁନାହିଁ ା ସେହି ଅର୍ଥକୁ ମନ୍ଦିର ଟ୍ରଷ୍ଟି ନିଜ ହେପାଜତରେ ରଖି ମନମୁଖୀ କାମ କରୁଥିବା ନେଇ ମା’ରାମଚଣ୍ଡୀ ଆଞ୍ଚଳିକ ସେନା ପକ୍ଷରୁ ଚଳିତ ସପ୍ତାହରେ ବ୍ଲକ ଅଫିସ ସଭାଗୃହରେ ଆୟୋଜିତ ଜିଲାପାଳଙ୍କ ଜନ ଶୁଣାଣି ଶିବିରରେ ଲିଖିତ ଅଭିଯୋଗ କରାଯାଇଥିଲା। ଏ ନେଇ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ଦାୟିତ୍ୱରେ ଥିବା ଟ୍ରଷ୍ଟି ମଥୁରୀ ଚରଣ ସେନାପତି ତରବରିଆ ଭାବେ ୧୦ ଲକ୍ଷ ଟଙ୍କାରୁ ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ଓ ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୩ ଲକ୍ଷ ଟଙ୍କା ମା’ଙ୍କ ଜମା ଖାତାରେ ଡିପୋଜିଟ୍‌ କରିଥିଲେ ା ଏ ସଂକ୍ରାନ୍ତରେ କେନ୍ଦ୍ରାପଡ଼ା ଓ ଯାଜପୁର ଜିଲା ଦାୟିତ୍ୱରେ ଥିବା ଏଣ୍ଡାଓମେଣ୍ଟ ଇନ୍ସପେକ୍ଟର ଶକ୍ତି ପ୍ରସନ୍ନ ନାୟକ ସୂଚନା ଦେଇଛନ୍ତି ା ଏ ସମ୍ପର୍କରେ ଏଣ୍ଡାଓମେଣ୍ଟ ଇନ୍ସପେକ୍ଟର ନାୟକ କୁହନ୍ତି, ଦାୟିତ୍ୱରେ ଥିବା ମନ୍ଦିର ଟ୍ରଷ୍ଟିଙ୍କୁ ଆଦାୟ ହୋଇଥିବା ୧୦ଲକ୍ଷ ଟଙ୍କାର ହିସାବ ମଗାଯାଇଥିଲା ା ଆଜି ସୁଦ୍ଧା ମା’ଙ୍କ ଜମା ଖାତାରେ ୬ ଲକ୍ଷ ଟଙ୍କା ଜମା ହୋଇଥିବା ବେଳେ ଅବଶିଷ୍ଟ ୪ ଲକ୍ଷ ଟଙ୍କା ମେଳାରେ ଖର୍ଚ୍ଚ ହୋଇଥିବା ଟ୍ରଷ୍ଟି ସେନାପତି କହିଛନ୍ତି ବୋଲି ଅଧିକାରୀ ନାୟକ ସୂଚନା ଦେଇଛନ୍ତି । ଅପରପକ୍ଷେ ମା’ଙ୍କ ପୀଠ ପରିସରରେ ଥିବା ଭୋଗ ଦୋକାନକୁ ସର୍ବସାଧାରଣରେ ନିଲାମ କରିବାର ବ୍ୟବସ୍ଥା ଥିଲେ ମଧ୍ୟ ତାହା ଟ୍ରଷ୍ଟିଙ୍କ ଦାୟିତ୍ୱହୀନତା ଯୋଗୁ ତାହା ହେଉନାହିଁ ା ଫଳରେ ରାଜସ୍ବ ଆଦାୟରେ ବାଧକ ସାଜିଛି ବୋଲି ସେନାର ଆବାହକ ଲକ୍ଷ୍ମୀକାନ୍ତ ସ୍ବାଇଁ , ବିରଞ୍ଚି ନାରାୟଣ ଦାସ , କଳ୍ପତରୁ ସାମଲ , ସୁବାସ ସ୍ବାଇଁ , ସୁବାସ ବିଶ୍ୱାସ ପ୍ରମୁଖ ଅଭିଯୋଗ କରିଛନ୍ତି। ମନ୍ଦିର ପରିଚାଳନାରେ ସ୍ବଚ୍ଛତା ଅବଲମ୍ବନ କରା ନ ଗଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ସେନା ପକ୍ଷରୁ ଚେତାବନୀ ଦିଆଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ପୁତ୍ର ବିଚ୍ଛେଦରୁ ମୁକୁଳି ପାରୁନାହାନ୍ତି ହ୍ୟୁମାନଙ୍କ ମାଆ, ସ୍ତ୍ରୀ କହିଲେ ”ମୁଁ ୩୦ ବର୍ଷରେ ସ୍ବାମୀ ହରାଇଲି”

ବଲାଙ୍ଗୀର,୭ା୧୨: ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ପୁଣି ଥରେ ପୁଅର ମୃତ୍ୟୁ ପାଇଁ ପୂର୍ବରୁ କରିଥିବା ଅଭିଯୋଗକୁ ଦୋହରାଇଛନ୍ତି ତାଙ୍କ ମାଆ ।...

ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...

ପ୍ରାକ୍ଟିସ ପାଇଁ ବାରବାଟୀରେ ପହଞ୍ଚିଲେ ହାର୍ଦ୍ଦିକ

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ ଖେଳାଯିବ। ଏନେଇ ଦୁଇ ଦଳର...

‘ସିଦ୍ଧୁଙ୍କୁ କରାଯାଉ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ, ତାହେଲେ ରାଜନୀତିକୁ ଫେରିବେ,’ ନବଜୋତ କୌରଙ୍କ ଅଜବ ଦାବି

ଚଣ୍ଡିଗଡ଼,୭।୧୨: ପଞ୍ଜାବ ବିଧାନସଭା ନିର୍ବାଚନକୁ ଏବେ ବି ଗୋଟିଏ ବର୍ଷରୁ ଅଧିକ ସମୟ ବାକି ଅଛି, କିନ୍ତୁ ରାଜନୀତି ଏବେଠାରୁ ଉଷ୍ମ ହେଉଛି। ପୂର୍ବତନ କ୍ୟାବିନେଟ...

ହ୍ୟୁମାନଙ୍କ ସମାଧି ପୀଠରେ ଭୋ ଭୋ ହୋଇ କାନ୍ଦିଲେ ସ୍ତ୍ରୀ ଶ୍ରୀୟା, କହିଲେ ଏମିତି ଚାଲିଗଲ…

ବଲାଙ୍ଗୀର,୭ା୧୨(ସୁନିଲ କୁମାର ମହାନ୍ତି): ହ୍ୟୁମାନ ସାଗରଙ୍କ ସ୍ମୃତି ଉଦ୍ଦେଶ୍ୟରେ ରବିବାର ଅର୍ଥାତ୍‌ ଆଜି ସନ୍ଧ୍ୟାରେ ଟିଟିଲାଗଡ଼ ବଏଜ୍‌ ହାଇସ୍କୁଲ ପଡ଼ିଆଠାରେ ଓଡିଶା କଳାକାର ଏକତା ମଞ୍ଚ...

ଇନ୍‌ଷ୍ଟାଗ୍ରାମରେ ପରସ୍ପରକୁ ଅନ୍‌ଫଲୋ କଲେ ପଲାଶ-ସ୍ମୃତି

ମୁମ୍ବାଇ: ଗାୟକ ତଥା ଫିଲ୍ମ ନିର୍ମାତା ପଲାଶ ମୁଛଲ ଏବଂ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ରବିବାର  ଅଫିସିଆଲି ସେମାନଙ୍କ ବିବାହ ଭାଙ୍ଗିବା ସମ୍ପର୍କରେ ନିଶ୍ଚିତ...

୩୦ ବର୍ଷ ପରେ ସୂର୍ଯ୍ୟ-ଶନି ସମାସପ୍ତକ ଯୋଗ, ଏହି ୪ରାଶିରେ ପଡିବ ଖରାପ ପ୍ରଭାବ, ଅଡୁଆରେ ପଡି ଫସିବେ…

ସୂର୍ଯ୍ୟ-ଶନି ସମାସପ୍ତକ ଯୋଗ 2025, ଯାହା ଗ୍ରହମାନଙ୍କର ରାଜା ସୂର୍ଯ୍ୟଙ୍କ କନ୍ୟା ରାଶିରେ ପ୍ରବେଶ ସହିତ ଆରମ୍ଭ ହୋଇଥିଲା। ସୂର୍ଯ୍ୟ ବର୍ତ୍ତମାନ କନ୍ୟା ରାଶିରେ ଅଛନ୍ତି...

ଧାନ କିଣାବିକାରେ ଅଚଳାବସ୍ଥା: ତାତିଲେ ଚାଷୀ, କଲେ ଏମିତି…

ବରଗଡ଼,୭ା୧୨(ପ୍ରେମାନନ୍ଦ ଖମାରୀ.): ବରଗଡ଼ ଜିଲାରେ ଗତମାସ ୨୮ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଧାନ ସଂଗ୍ରହ ପ୍ରକ୍ରିୟା ରବିବାର ୧୦ଦିନରେ ପହଞ୍ଚିଛି। ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri