Categories: ଜାତୀୟ

ତାମିଲନାଡ଼ୁରେ ‘ଜାଲ୍ଲିକାଟ୍ଟୁ’କୁ ଅନୁମତି

ଚେନ୍ନାଇ, ୧୧ା୧:କୋଭିଡ୍‌ ସଂକ୍ରମଣ ବୃଦ୍ଧି ମଧ୍ୟରେ ତାମିଲନାଡ଼ୁ ସରକାର ସୋମବାର ଜାଲ୍ଲିକାଟ୍ଟୁ (ଷଣ୍ଢକୁ କାବୁ କରିବା ପ୍ରତିଯୋଗିତା)କୁ ଅନୁମତି ଦେଇଛନ୍ତି। ପ୍ରତିବର୍ଷ ଜାନୁୟାରୀରେ ପୋଙ୍ଗଲ ସମୟରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥାଏ। କରୋନା ଗାଇଡ୍‌ଲାଇନ ମଧ୍ୟରେ ଜାଲ୍ଲିକାଟ୍ଟୁ ଆୟୋଜନ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରସିଡ୍ୟୁର (ଏସ୍‌ଓପି) ଜାରି କରାଯାଇଛି। ପ୍ରତି ଷଣ୍ଢ ସହିତ କେବଳ ଏହାର ମାଲିକ ଏବଂ ଜଣେ ସହଯୋଗୀ ରିଙ୍ଗ୍‌ ଭିତରେ ଉପସ୍ଥିତ ରହିବେ। ଜିଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ସ୍ବତନ୍ତ୍ର ଆଇଡି କାର୍ଡ ପ୍ରଦାନ କରାଯିବ। କେବଳ ୧୫୦ ଦର୍ଶକଙ୍କୁ ଖେଳ ଦେଖିବାକୁ ଅନୁମତି ରହିଛି। ସମସ୍ତେ ଟିକାର ସମ୍ପୂର୍ଣ୍ଣ ଡୋଜ୍‌ ନେଇଥିବେ। ଏଥିସହ ସେମାନଙ୍କ ପାଖରେ ୪୮ ଘଣ୍ଟା ପୂର୍ବରୁ କରିଥିବା ଆର୍‌ଟିପିସିଆର୍‌ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ଥିବା ବାଧ୍ୟତାମୂଳକ କରାଯାଇଛି।

Share